39.1 C
Bhubaneswar
Friday, April 26, 2024
Homeଅପରାଧଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ.......

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ…….

ରାଇରଙ୍ଗପୁର: ଆମର ଏ ଅଦ୍ଭୁତ ଦୁନିଆରେ କେଉଁଠି ଲୋକେ ଚନ୍ଦ୍ରରେ ଘର କରିବାର ଉପାୟ ଖୋଜିବାରେ ଲାଗିଛନ୍ତି, ତ ଆଉ କେଉଁଠି ଲୋକେ ଅନ୍ଧ ବିଶ୍ୱାସରେ ବାନ୍ଧି ହୋଇ ଅଭାବନୀୟ କାଣ୍ଡ ଘଟାଇ ବସୁଛନ୍ତି | ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଗୁଳି ମାଡ଼ରେ ମହିଳା ଗୁରୁତର ହୋଇ ପଡିଛନ୍ତି ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିସ୍ଥ୍ୟା କରାଯାଉଛି । ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗ୍ରାମର ମଇନୋ ହେମ୍ବ୍ରମ ବୋଲି ଜଣା ପଡିଛି । ମହିଳାଙ୍କ ଅଭିଯୋଗ ପରେ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ତେବେ ଗତକାଲି ମହିଳା ଜଣକ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ମହିଳା ଜଣଙ୍କ ମୁଣ୍ଡରେ ସାମାନ୍ୟ ଭାବେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ବିଶୋଇ ଥାନା ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking