31.1 C
Bhubaneswar
Friday, March 29, 2024
Homeଖେଳଦ୍ବିତୀୟ ଟି-୨୦ : ୱେଷ୍ଟଇଣ୍ଡିଜର ଦମଦାର ବିଜୟ

ଦ୍ବିତୀୟ ଟି-୨୦ : ୱେଷ୍ଟଇଣ୍ଡିଜର ଦମଦାର ବିଜୟ

ତିରୁଅନନ୍ତପୁରମ୍ : ଦ୍ବିତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ୧୭୧ ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ହାସଲ କରିନେଇଛି ୱେଷ୍ଟଇଣ୍ଡିଜ। ଭାରତର ୧୭୧ ରନ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇ ଥିବା ବେଳେ ୨ଓପନରଙ୍କ ଦମଦାର ବ୍ୟାଟିଂ ସହାୟତାରେ ସହଜ ବିଜୟ ହାସଲ କରିନେଇଛି। ୱେଷ୍ଟଇଣ୍ଡିଜ ୧୮.୩ ଓଭରରେ ମାତ୍ର ୨ ୱିକେଟ ହରାଇ ୧୭୩ ରନ କରିଥିଲା।
ୱେଷ୍ଟଇଣ୍ଡିଜର ଓପନର ସିମୋନ୍ସ ମାତ୍ର ୪୫ ବଲରେ ଅପରାଜିତ ୬୭ ରନର ଧୁଆଁଧାର ଇଂନିସ ଖେଳିଥିଲେ। ଯେଉଁଥିରେ ୪ଟି ଛକା ଏବଂ ୪ ଟି ଚୌକା ସାମିଲଥିଲା। ଇଭିନ ଲୁଇସ ୪୦,ହେଟମେୟାର ୨୩ ଏବଂ ପୋରାନ ୩୮ ରନର ଇଂନିସ ଖେଳିଥିଲେ। ଭାରତୀୟ ବୋଲିରଙ୍କୁ ଖାତିର କରିନଥିଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ। ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।
ଭାରତୀୟ ଦଳର ଦୁର୍ବଳ କ୍ଷେତ୍ରରକ୍ଷଣ ହିଁ ମ୍ୟାଚରେ ପରାଜୟର ମୁଖ୍ୟ କାରଣ। କାରଣ ମ୍ୟାଚରେ ୱାଶିଂଟନ ସୁନ୍ଦର ଏବଂ ୱିକେଟ କିପର ରିଷଭ ପନ୍ତ ଦୁଇଟି କ୍ୟାଚ ଧରିବାରେ ବିଫଳ ହୋଇଥିଲେ ଯାହା ଭାରତପାଇଁ ପରାଜୟ ନେଇ ଆସିଲା। ଏହିମ୍ୟାଚରେ ଛକାର ବର୍ଷା କରିଥିଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ। ୪୫ ବଲରେ ଅପରାଜିତ ୬୭ ରନର ଧୁଆଁଧାର ଇଂନିସ ଖେଳିଥିବା ସିମୋନ୍ସଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking