38.1 C
Bhubaneswar
Friday, April 26, 2024
Homeଅପରାଧସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

କଳାହାଣ୍ଡ:କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କୁଣ୍ଡବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ପାରିବାରିକ କଳହକୁ ନେଇ କେବେ ହତ୍ୟା ତ କେବେ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳେ । ତେବେ ଏଠାରେ ମଧ୍ୟ ସେହିଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । କୁଣ୍ଡାବନ୍ଧ ଗ୍ରାମର ମୋହନ ଦୀପ ନିଶାସକ୍ତ ଅବସ୍ଥ। । ରେ ତାଙ୍କ ସ୍ତ୍ରୀ ମଇନା ଦୀପକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ମୋହନ କିଛି କାମ କରୁନଥିବା ବେଳେ ପ୍ରତିଦିନ ମଦ ପିଇ ନିଶାରେ ରହୁଥିଲା । ଏଥିସହ ସ୍ତ୍ରୀକୁ ହଇରାଣ କରିବା ସହ ମାରପିଟ୍ କରୁଥିଲା । ରବିବାର ପୂର୍ବାହ୍ନରେ ମୋହନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ମଇନା ସହ ଯୁକ୍ତିତର୍କ କରିଥିଲା । ପରେ ଏକ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ହିଁ ମଇନାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ କଳାହାଣ୍ଡି ଏସପି ବି. ଗଂଗାଧାର ଗୁର୍ଜିମୁଣ୍ଡା ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
https://onakhabar.com/2019/12/09/attack-22/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking