32.1 C
Bhubaneswar
Thursday, March 28, 2024
Homeଓଡିଶାଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ

ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ

ଭୁବନେଶ୍ୱର :ଆଜି ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ପୂର୍ବାହ୍ନ ୧୧ଟା ସମୟରେ ମନ୍ଦିରର ଦୁଆର ପାଖରେ ଥିବା କ୍ୟାବିନ ଭଙ୍ଗାଯାଇଛି । ପ୍ରଥମ ପର‌୍ୟ୍ୟାୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରୁ ଭଜନ ମଣ୍ଡପ ଯାଏଁ ଏବଂ ସିଂହଦ୍ୱାରରୁ ସବଷ୍ଟେସନ ଯାଏଁ ଥିବା ଉଠା ଦୋକାନ ହଟାଯିବ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉଚ୍ଛେଦ କରିବା ଆଗରୁ ଥଇଥାନ କରିବାକୁ ଦାବୀ ଉଠିଛି । ମାର୍କେଟ କପ୍ଲେକ୍ସ ଭଙ୍ଗାକୁ ମଧ୍ୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଲ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏଥିରେ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ତେଣୁ ଲିଙ୍ଗରାଜ ମନ୍ଦିର ପରିସର ପାଇଁ ସମ୍ପୂର୍ଣ୍ଣ ମଧ୍ୟ ଡିଜାଇନ ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନ ନେଇ ପ୍ୟାକେଜ ଘୋଷଣା କରିବେ । ଏହି ପ୍ୟାକେଜରେ ସେବାୟତଙ୍କ ସ୍ୱାର୍ଥ ସହ ରୀତିନୀତି ପ୍ରତି ଗୁରୁତ୍ୱ ଦିଆଯିବ ।
ସୂଚନା ଅନୁସାରେ, ଗତ ଶନିବାର ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଭଙ୍ଗାଯିବ ବୋଲି ବିଡିଏ, ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା। ଏହି ପ୍ରଚାର ପରେ ଗତକାଲି ସ୍ଥାନୀୟ ଅଞ୍ଚଳରେ ଶତାଧିକ ଉଠାଦୋକାନୀ ନିଜର କ୍ୟାବିନ ଉଠାଇ ନେଇଥିଲେ। ଏପରିକି ସ୍ଥାୟୀ ଦୋକାନୀ ମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଦୋକାନୀ ଅସ୍ଥାୟୀ ନିର୍ମାଣକୁ କାଢ଼ିଥିଲେ । ତେବେ ବ୍ୟବସାୟୀ ସଂଘର ସମ୍ପାଦକ ଅନୁପ ମହାପାତ୍ର ପ୍ରଶାସନକୁ ଚେତାବନୀ ଦେଇଥିଲେ ଯେ ସ୍ଥାୟୀ ଘର କି ଦୋକାନ ଭାଙ୍ଗିଲେ ନିଆଁ ଜଳିବ। କିଛି ଉନ୍ନତିମୂଳକ କାମ କରାଇ ଦିଆଯିବ ନାହିଁ ବୋଲି ବି ସେ ଧମକ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking