29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମେଘାଳୟରେ ୩ ଆସାମ ଯୁବକଙ୍କୁ ନିର୍ମମ ହତ୍ୟା

ମେଘାଳୟରେ ୩ ଆସାମ ଯୁବକଙ୍କୁ ନିର୍ମମ ହତ୍ୟା

ଗୌହାଟି: ମେଘାଳୟରେ ଆସାମ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ୩ ଜଣ ଯୁବକଙ୍କୁ ଜିଅନ୍ତା ପୋଡି ହତ୍ୟା କଲେ ଦୁର୍ବୃତ୍ତ। ଯୁବକମାନେ ମଙ୍ଗଳବାର ଦିନ ଆସାମରୁ ମେଘାଳୟ ଯାଇଥିବା ବେଳେ ବୁଧବାର ଦିନ ସେମାନଙ୍କ ମୃତଦେହ ଠାବ କରାଯାଇଛି । ଯୁବକମାନଙ୍କ ମୃତଦେହ ଏକ କାରରୁ ଉଦ୍ଧାର କରାଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଆସାମ ରାଜ୍ୟର ଗୋଓ୍ୱାଲପାରା ଜିଲ୍ଲାର ୩ ଜଣ ଯୁବକ ମଙ୍ଗଳବାର ଦିନ ଏକ ସ୍ୱିପ୍ଟ କାରରେ ମେଘାଳୟ ଯାଇଥିଲେ । ବୁଧବାର ଦିନ ସକାଳ ସମୟରେ ମେଘାଳୟର ପୂର୍ବାଞ୍ଚଳ ରୋଙ୍ଗଜେଙ୍ଗ ଥାନା ଅଞ୍ଚଳର ଏକ ରୋ ପାହାଡି ଅଞ୍ଚଳର ଓ୍ବାଗେଆସିଠାରେ ଏକ ପୋଡିଯାଇଥିବା କାର୍ ମଧ୍ୟରୁ ସେମାନଙ୍କ ମୃତଦେହ ଠାବ କରାଯାଇଛି ।

ହତ୍ୟାର ଶିକାର ହୋଇଥିବା ଯୁବକମାନେ ଆସାମ ରାଜ୍ୟର ଗୋଓ୍ୱାଲପାରା ଜିଲ୍ଲାର ହୋଇଥିବା ଜଣାପଡିଛି । ଅନ୍ୟପଟେ ସ୍ଥାନୀୟ ପୋଲିସ ଜଳି ଯାଇଥିବା କାର ସହ ୩ ପୋଡା ମୃତଦେହକୁ ଉଦ୍ଧାର କରି ଗୋଓ୍ୱାଲପାରା ପୋଲିସକୁ ହସ୍ତଗତ କରିଥିଲା । ଏହାପରେ ପୋଲିସ ଟିମ ମୃତଦେହକୁ ନେଇ ଆସାମ ଯାଇଛନ୍ତି । ତେବେ ଏହି ମାମଲାରେ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ଏହା କିଭଳି ଘଟିଲା କିମ୍ବା ଏହି ହତ୍ୟାକାଣ୍ଡ ପଛରେ କଣ କାରଣ ରହିଛି ସେ ବିଷୟରେ ଏବେସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହତ୍ୟାକାରୀ ବିଷୟରେ ମଧ୍ୟ ଏବେସୁଦ୍ଧା କୌଣସି ତଥ୍ୟ ମିଳିପାରିନାହିଁ । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking