29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଭାରତରେ ରହିଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ଘରେ ଘରେ ରହିଛି ଶୌଚାଳୟ, ପ୍ଲାଷ୍ଟିକ ବି...

ଭାରତରେ ରହିଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ଘରେ ଘରେ ରହିଛି ଶୌଚାଳୟ, ପ୍ଲାଷ୍ଟିକ ବି ବ୍ୟାନ୍

ନୂଆଦିଲ୍ଲୀ: ବିଗତ କିଛି ବର୍ଷରୁ ଭାରତରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଜଳ ହେଉ କିମ୍ବା ବାୟୁ, ସବୁଥିରେ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି ଯାହାକୁ ନେଇ ପରିବେଶବିତମାନେ ଅନେକ ସମୟରେ ଚିନ୍ତା ପ୍ରକାଶ କରିଛନ୍ତି । କିନ୍ତୁ ଏହା କେବଳ ଗୋଟିଏ ପାର୍ଶ୍ୱ। ଅନ୍ୟ ପାର୍ଶ୍ୱରେ ଆମ ଦେଶର ଅନେକ ଭାଗ ସ୍ୱଚ୍ଛତାରେ ଭାରତରେ ହିଁ ନୁହେଁ ବରଂ ବିଦେଶରେ ଚର୍ଚ୍ଚିତ ହୋଇରହିଛି । ଆଜି ଆମେ ଆପଣଙ୍କୁ ଭାରତର ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ଭାରତ ନୁହେଁ ବରଂ ଏସିଆର ସବୁଠୁ ସ୍ୱଚ୍ଛ ଗାଁର ମଧ୍ୟ ମାନ୍ୟତା ମିଳିଛି ।

“ଭଗବାନଙ୍କ ବଗିଚା’ ନାମରେ ପ୍ରସିଦ୍ଧ ଏହି ଗାଁର ନାମ ହେଉଛି ମଲିଙ୍ଗଙ୍ଗ ଯାହା ମେଘାଳୟରେ ଅବସ୍ଥିତ । ଏହି ଗାଁ ସିଲଙ୍ଗ ଠାରୁ ୭୮ କିଲୋମିଟର ଦୂରରେ ରହିଛି ଏବଂ ଏହାକୁ ଭାରତର ସବୁଠୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ । ଏହି ଗାଁକୁ ଡିସ୍କଭର ଇଣ୍ଡିଆ ତରଫରୁ ୨୦୦୩ ରେ ଏସିଆର ସବୁଠୁ ସଫା ଗାଁର ମାନ୍ୟତା ମିଳିଥିଲା । ସେବେଠାରୁ ଏହି ଗ୍ରାମ ନିଜର ସ୍ୱଚ୍ଛତା ବଜାୟ ରଖିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଯାହା ଏହି ଗାଁକୁ ସଫା ଏବଂ ଅଦ୍ୱିତୀୟ କରୁଛି ।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗ୍ରାମରେ ୨୦୦୭ ରୁ ପ୍ରତି ଘରେ ଶୌଚାଳୟର ବ୍ୟବହାର ହେଉଛି । ଅର୍ଥାତ କେହିବି ବ୍ୟକ୍ତି ଖୋଲାରେ ଶୌଚ କରିବାକୁ ଯାଆନ୍ତି ନାହିଁ । ଗାଁର ସବୁ ସ୍ଥାନରେ ବାଉଁଶରେ ନିର୍ମିତ ଡଷ୍ଟବିନ୍ ରହିଛି । ଗଛରୁ ଝଡ଼ୁଥିବା ଶୁଖିଲା ପତ୍ରକୁ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଡଷ୍ଟବିନ୍ ରହିଛି । ସବୁଠୁ ବଡ଼ କଥା ହେଉଛି ଗାଁରେ ପ୍ଲାଷ୍ଟିକ ବ୍ୟାଗ ସହ ସିଗାରେଟ ପିଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଠାକାର ନିୟମ ଏତେ କଠୋର ଯେ ଯଦି କେହି ଏହି ଜିନିଷ ବ୍ୟବହାର କରେ ତାଙ୍କ ଠାରୁ ଜରିମାନା ଆଦାୟ କରାଯାଇଥାଏ ।ଗାଁର ଲୋକମାନେ ବାହାରୁ ଖତ କିମ୍ବା ସାର କିଣିନଥାନ୍ତି । ଜୈବିକ ଅଳିଆ ଦ୍ୱାରା ସେମାନେ ନିଜେ ଖତ ପ୍ରସ୍ତୁତ କରିଥାନ୍ତି ଏବଂ ଏହାକୁ ହିଁ ବ୍ୟବହାର କରିଥାନ୍ତି । ଏଠାକାର ଲୋକମାନେ କେବଳ ନିଜ ଘର ଝାଡ଼ୁ କରିନଥାନ୍ତି ବରଂ ବାହାରେ ରାସ୍ତାକୁ ମଧ୍ୟ ନିଜେ ସଫା କରିଥାନ୍ତି, ଆଉ ଗଛ ଲଗାଇବା ତ’ ଏଠାକାର ଲୋକମାନଙ୍କ ଜୀବନର ଏକ ପ୍ରମୁଖ ଅଂଶ । ଏହି ଗ୍ରାମରେ ଖାସୀ ଜନଜାତିର ଲୋକମାନେ ବସବାସ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking