30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୁଅ ମୁହଁରେ ସିଗାରେଟ ରଖି ଗୁଳି ଚଳାଇଲେ ବାପା ଆଉ ତାପରେ ଯାହା ହେଲା ଜାଣିଲେ...

ପୁଅ ମୁହଁରେ ସିଗାରେଟ ରଖି ଗୁଳି ଚଳାଇଲେ ବାପା ଆଉ ତାପରେ ଯାହା ହେଲା ଜାଣିଲେ ଉଡିଯିବ ଆପଣଙ୍କ ହୋଶ

ନୂଆଦିଲ୍ଲୀ: ସୋଶିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ପୁଅକୁ ନେଇ ଅଦ୍ଭୁତ ଆଉ ଏକ ଆଶ୍ଚର୍ଯ୍ୟପ୍ରକାରର ଏକ୍ସପେରିମେଣ୍ଟ କରୁଛନ୍ତି ଜଣେ ବ୍ୟକ୍ତି । ଏମିତି ଏକ କାରନାମା କରୁଛନ୍ତି ଯାହା ହୁଏତ ପୁଅର ଜୀବନ ମଧ୍ୟ ନେଇପାରେ । ପୁଅ ମୁହଁରେ ସିଗାରେଟ ରକି ବନ୍ଧୁକ ଚାଳନା କରୁଛନ୍ତି ଏହି ବ୍ୟକ୍ତି ଜଣକ । ଆଉ ଦେଖନ୍ତୁ ତା ପରେ କଣ ହେଉଛି । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଦକ୍ଷିଣ ଇରାକର ଏକ ଅଞ୍ଚଳର ବୋଲି ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ବିରୋଧ କରିବା ସହ ବ୍ୟକ୍ତିଙ୍କ ଏପରି କାରନାମାକୁ ନିନ୍ଦା ମଧ୍ୟ କରିଛନ୍ତି । ନିଜ ଶୁଟିଙ୍ଗ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପୁଅର ଜୀବନକୁ ବି ବାଜିରେ ଲଗାଇ ଦେଇଛନ୍ତି ଏହି ବ୍ୟକ୍ତି ଜଣକ । ପୁଅ ମୁହଁରେ ଏକ ସିଗାରେଟ ରଖି ଏହାକୁ ଲକ୍ଷ୍ୟଭେଦ କରିବା ପାଇଁ ଚେଷ୍ଟା କରୁଛନ୍ତି । ପୁଅ ମଧ୍ୟ ଆକାଶକୁ ମୁହଁ କରି ସିଗାରେଟ ନିଜ ପାଟିରେ ରଖି ଦେଇଛି ଯାହାକୁ ଟାର୍ଗେଟ କରୁଛନ୍ତି ବାପା । ଏହାପରେ ବ୍ୟକ୍ତିଜଣକ ସିଗାରେଟକୁ ଗୁଳି ମଧ୍ୟ ଚଳାଇଛନ୍ତି । ଆଉ ତାପରେ…………… ବାପାଙ୍କ ବନ୍ଧୁକରୁ ବାହାରିଥିବା ଗୁଳି ସିଧା ଯାଇ ସିଗାରେଟର ଉପରି ଭାଗରେ ଲାଗିଥିଲା । ଏବଂ ସିଗାରେଟ ଦୁଇ ଖଣ୍ଡ ହୋଇଯାଇଥିଲା । ତେବେ ପୁଅ ଦେହରେ କିମ୍ବା ମୁହଁରେ ଗୁଳି ଲାଗି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking