33.1 C
Bhubaneswar
Tuesday, April 30, 2024
Homeଅପରାଧଆଶାନ୍ତ ରାଜଧାନୀ; ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ

ଆଶାନ୍ତ ରାଜଧାନୀ; ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ

ଭୁବନେଶ୍ୱର : ଆଶାନ୍ତ ରାଜଧାନୀ। ରାତିରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ ଗୋଟିଏ ଗୋଷ୍ଠୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶ୍ୱଶୁର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ମହାଜନ କାରବାର କରୁଥିବା ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ। ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ। ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ପଳାଇଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking