29.1 C
Bhubaneswar
Wednesday, October 14, 2026
Homeଦେଶ ବିଦେଶବ୍ଲୁ ଡ୍ରମ ମର୍ଡର: ପ୍ରେମୀ ଯୁଗଳଙ୍କୁ ଫାଶୀ ଦଣ୍ଡାଦେଶ

ବ୍ଲୁ ଡ୍ରମ ମର୍ଡର: ପ୍ରେମୀ ଯୁଗଳଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ: ବୁଧବାର ଅକ୍ଟୋବର ୧୪ ତାରିଖରେ ମେରଠର ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାର ଦଣ୍ଡ ଘୋଷଣା ହୋଇଛି। ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ମୁସ୍କାନ ରସ୍ତୋଗୀ ଓ ସାହିଲଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଛି। ଜିଲ୍ଲା ଜେଲ୍‌ରୁ ଉଭୟ ଅଭିଯୁକ୍ତଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ନୀଳ ଡ୍ରମ୍‌ରେ ଲୁଚାଇ ରଖିବା ମାମଲାରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଏହି ଦଣ୍ଡ ଶୁଣାଯାଇଛି।

ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ କୋର୍ଟ ସେପ୍ଟେମ୍ବର ୩୦ ତାରିଖରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ର ଏହି ରାୟ ଶୁଣାଇଥିଲେ। ଦଣ୍ଡ ଘୋଷଣା ପାଇଁ ଅକ୍ଟୋବର ୧୪ ତାରିଖ ଧାର୍ଯ୍ୟ କରାଯାଇଥିଲା। ସୌରଭ ରାଜପୁତ ହତ୍ୟା ମାମଲାରେ ୨୦୨୫ ଜୁଲାଇରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୧୩ ମାସ ଧରି ଚାଲିଥିବା ଏହି ମାମଲାର ଶୁଣାଣି ସମୟରେ ୧୨୬ଟି ତାରିଖରେ ୨୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।ମୃତ ସୌରଭ ରାଜପୁତଙ୍କ ପରିବାର ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ସୌରଭଙ୍କ ଭାଇ ରାହୁଲ କହିଥିଲେ ଯେ, ଆରମ୍ଭରୁ ସେମାନେ ନ୍ୟାୟ ମିଳିବ ବୋଲି ଆଶା ରଖିଥିଲେ। ତାଙ୍କ ଭାଇଙ୍କ ସହ ଯାହା ଘଟିଛି, ଅଭିଯୁକ୍ତଙ୍କୁ ମଧ୍ୟ ସେହି ଅନୁସାରେ ଦଣ୍ଡ ମିଳୁ ବୋଲି ସେମାନେ ଦାବି କରିଥିଲେ।

 ଉଲ୍ଲେଖଯୋଗ୍ୟ,  ନୀଳ ଡ୍ରମ୍‌କୁ ନେଇ ସୌରଭ ରାଜପୁତ ହତ୍ୟାକାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୌରଭଙ୍କ ମୃତଦେହ ତାଙ୍କ ନିଜ ଘର ଭିତରେ ଥିବା ଏକ ନୀଳ ଡ୍ରମ୍‌ରୁ ମିଳିଥିଲା। ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ସୌରଭଙ୍କୁ ହତ୍ୟା କରି ମୃତଦେହକୁ ନୀଳ ଡ୍ରମ୍‌ରେ ଭର୍ତ୍ତି କରି ରଖିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ପୁଲିସ ମୁସ୍କାନ ଓ ସାହିଲଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking