29.1 C
Bhubaneswar
Wednesday, October 14, 2026
Homeଦେଶ ବିଦେଶବିମାନରେ ପାୱାର ବ୍ୟାଙ୍କ ନିଷିଦ୍ଧ କଲେ DGCA

ବିମାନରେ ପାୱାର ବ୍ୟାଙ୍କ ନିଷିଦ୍ଧ କଲେ DGCA

ନୂଆଦିଲ୍ଲୀ: ଗତ ରବିବାର ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଏକ ପାୱାର ବ୍ୟାଙ୍କ ଜଳି ଯାଇଥିଲା। ତେବେ କୌଣସି ବଡ଼ ଅଘଟଣ ଘଟି ନଥିଲା। ଏଭଳି ଘଟଣାକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ବିମାନରେ ଏକ ନିର୍ଦ୍ଧିଷ୍ଟ ପାୱାର ବ୍ୟାଙ୍କ ନେଇ ଯିବା ଉପରେ କଟକଣା ଲଗାଇ ଦିଆଯାଇଛି। ଭାରତ ଯାତାୟାତ କରୁଥିବା ଓ ଘରୋଇ ପ୍ୟାସେଞ୍ଜର ଏବଂ କାର୍ଗୋ ବିମାନରେ ଏମଓବିଆଇକେଆଇଏନଏସ ଏମକେ-ପିବି-୦୪କୁ ସାଙ୍ଗରେ ନେବାକୁ ରୋକ ଲଗାଇ ଦିଆଯାଇଛି।

ରବିବାର ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋର ଏକ ଉଡାଣକୁ ହାଇଦ୍ରାବାଦ ଡାଇଭର୍ଟ କରିବାକୁ ପଡିଥିଲା। କାରଣ ଜନୈକ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଡିଜିସିଏ ମୁଖ୍ୟ ବୀରବିକ୍ରମ ଯାଦବଙ୍କ ଆଦେଶରେ କୁହାଯାଇଛି ଯେ ଯାତ୍ରୀ ଓ ଏୟାରଲାଇନ୍ସ ଉଭୟଙ୍କୁ ଏହି ପ୍ରକାରର ପାୱାର ବ୍ୟାଙ୍କକୁ ନା ସାଙ୍ଗରେ ନିଆଯିବ ନା ଟ୍ରାନ୍ସପୋର୍ଟ କରାଯିବ। ଏ ନେଇ ଡିଜିସିଏ ଏୟାରଲାଇନ୍ସଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ପାୱାର ବ୍ୟାଙ୍କର ଏହି ମଡେଲକୁ ଚିହ୍ନଟ କରି ରୋକିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ। ଏ ବାବଦେ ସଞ୍ଚାର ମାଧ୍ୟମରେ ଯାତ୍ରୀଙ୍କୁ ସୁରକ୍ଷା ପରାମର୍ଶ ଦେବାକୁ ମଧ୍ୟ କହିଛନ୍ତି।

ଗତ ବର୍ଷେ ହେଲା ଭାରତ ସମେତ ଅନେକ ଦେଶରେ ବିମାନରେ ପାୱାର ବ୍ୟାଙ୍କ ଉପଯୋଗ ଉପରେ କଟକଣା ବଢାଇଛନ୍ତି। କାରଣ ଏଥିରେ ନିଆଁ ଲାଗିବାର ବିପଦ ରହୁଛି। ପାୱାର ବ୍ୟାଙ୍କ ସଂଖ୍ୟା ଓ ବ୍ୟାଟେରୀ କ୍ଷମତା ସୀମିତ କରିବା ବ୍ୟତୀତ ଏପରି ବ୍ୟକ୍ତିଗତ ଉପକରଣ ଚାର୍ଜ କରିବା ଅଥବା ବିମାନର ଇନ-ସିଟ୍ ପାୱାର ସୋର୍ସରୁ ଚାର୍ଜ କରିବାକୁ ମଧ୍ୟ ଅନୁମତି ଦିଆଯାଉନି। ସାରା ବିଶ୍ୱରେ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ୍ସ ଡିଭାଇସ (ପିଇଡି) ଓ ପାୱାର ବ୍ୟାଙ୍କରେ ନିଆଁ ଲାଗୁଥିବା ଘଟଣା ବଢିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking