କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବୁଧବାର ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂରେ ପ୍ରାର୍ଥୀମାନେ ଉପସ୍ଥିତ ଥିବା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରିଛନ୍ତି। ପ୍ରାର୍ଥୀମାନେ ନିର୍ବାଚିତ ହେଲେ କଲେଜ ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ଉପସ୍ଥିତ ଛାତ୍ରୀଛାତ୍ର(ଭୋଟର)ଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ କଲେଜରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ସହ ସ୍ବଚ୍ଛ ଅବାଧ ନିରପେକ୍ଷ ଭାବରେ ମତଦାନ କରାଯିବ ବୋଲି ଜିଲା ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଏସ୍ଡିପିଓ ଜ୍ୟୋତି ରଞ୍ଜନ ଗୌଡ଼, ଥାନା ଅଧିକାରିଣୀ ବନ୍ଦନା ପାତ୍ରଙ୍କ ସହିତ ଅନ୍ୟ ଅଧିକାରୀ ମାନେ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଫେରିଛନ୍ତି। କଲେଜ ପରିସର ଓ ଫାଟକ ବାହାରେ ପୋଲିସ ମୁତୟନ ଅଛି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କହିବା କଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରବେଶରେ ବାରଣ କରାଯାଇଥିବା ସୂଚନା ଦେଇଛନ୍ତି।










