32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବର୍ଗର ଖାଇବା ମାତ୍ରେ ଭିତରୁ ବାହାରିଲା କିଛି ଏପରି ଭୟାନକ ଜିନିଷ

ବର୍ଗର ଖାଇବା ମାତ୍ରେ ଭିତରୁ ବାହାରିଲା କିଛି ଏପରି ଭୟାନକ ଜିନିଷ

ନୂଆଦିଲ୍ଲୀ : ଯଦି ଆପଣ ଏକ ଫେମସ୍ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇ ନିଜର ପ୍ରିୟ ଖାଦ୍ୟ ଅର୍ଡର କରନ୍ତି, ଏବଂ ଖାଦ୍ୟ ଭିତରୁ କିଛି ଖରାପ ଜିନିଷ ବାହାରେ। ତେବେ ଆପଣଙ୍କୁ କିପରି ଲାଗିବ। ଆପଣ ବହୁତ ରାଗିଯିବେ। ଦକ୍ଷିଣ ଆଫ୍ରିକାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ବେଜୁଇଡେନହାଉଟ୍ ନାମକ ଜଣେ ବ୍ୟକ୍ତି ଦାବି କରିଛନ୍ତି, ସେ ତାଙ୍କ ଝିଅର ବର୍ଗର ଭିତରେ ଏକ ମୃତ ବେଙ୍ଗ ପାଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ମପୁମାଲାଙ୍ଗା ପ୍ରଦେଶର ସିକୁଣ୍ଡା ସହରରେ ଅବସ୍ଥିତ ଏକ ବିଶ୍ୱ ପ୍ରସିଦ୍ଧ ରେଷ୍ଟୁରାଣ୍ଟକୁ ଯାଇଥିଲେ, ଯେଉଁଠାରେ ସେ ଖାଦ୍ୟରେ ଏହି ଘୃଣ୍ୟ ଜିନିଷ ପାଇଛନ୍ତି।

ବେଜୁଇଡେନହାଉଟ୍ କହିଛନ୍ତି, ତାଙ୍କ ଝିଅ ପାଇଁ ସେ ଏକ ଚିକେନ୍ ବର୍ଗର୍ କିଣିଥିଲେ ଏବଂ ତାହାକୁ କାମୁଡିବା ମାତ୍ରେ ଏକ ମୃତ ବେଙ୍ଗ ପାଇଥିଲେ। ଏହି ଘଟଣା ଏକ ଫିଲ୍ମ ପରି ବୋଲି ସେ କହିଛନ୍ତି। ସେ ବର୍ଗକୁ ମ୍ୟାକଫ୍ରୋଗି ବୋଲି କହିଛନ୍ତି।

ବେଜୁଇଡେନହାଉଟ୍ ସୋସିଆଲ ମିଡିଆରେ ଏହି ବର୍ଗରର ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଏକ ମେସେଜ୍ ବି ଲେଖିଛନ୍ତି ଯେ ମୋ ଝିଅ ପାଇଁ କିଣାଯାଇଥିବା ଖାଦ୍ୟର କୌଣସି ପ୍ରତିକ୍ରିୟା ଦେଇନଥିବାରୁ ରେଷ୍ଟୁରାଣ୍ଟକୁ ଧନ୍ୟବାଦ। ସେ ଆହୁରି ଲେଖିଛନ୍ତି, ମୁଁ ସର୍ବଦା ଭାବୁଥିଲି ଯେ ଏଭଳି ଘଟଣା କେବଳ ଫିଲ୍ମରେ ଘଟେ, କିନ୍ତୁ ବର୍ତ୍ତମାନ ଆମ ସହିତ ଘଟିଛି।

ତାଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟରେ ୧ ହଜାରରୁ ଅଧିକ କମେଣ୍ଟ ଦିଆଯାଇଛି ଏବଂ ଅନେକ ଲୋକ ଏହାକୁ ମଧ୍ୟ ସେୟାର କରିଛନ୍ତି। ତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟର ମୁଖପାତ୍ରଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ସେମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଷ୍ଟୋରର ମଧ୍ୟ ଯାଞ୍ଚ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking