29.1 C
Bhubaneswar
Tuesday, May 7, 2024
Homeଓଡିଶାବିରୋଧୀଙ୍କ ଉପରେ ବର୍ଷିଲେ ଅରୁଣ

ବିରୋଧୀଙ୍କ ଉପରେ ବର୍ଷିଲେ ଅରୁଣ

ଭୁବନେଶ୍ୱର: ବିଧାନସଭାରେ ଆଲୋଚନା ହୋଇଥିବା ଜାଲ ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ ବିରୋଧୀଦଳଙ୍କ ଉପରେ ବର୍ଷିଲେ ନୟାଗଡ ବିଧାୟକ ଅରୁଣ ସାହୁ । ବିଧାନସଭାରେ ସମସ୍ତଙ୍କର କହିବାର ଅଧିକାର ଅଛି କିନ୍ତୁ ବିରୋଧୀଦଳଙ୍କ ଭୂମିକା ମଧ୍ୟ ବହୁ ଅଧିକା । ସାଢେ ଚାରିକୋଟିଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଧାନସଭାରେ ପ୍ରସଙ୍ଗ ଉଠାଇବା କଥା କିନ୍ତୁ ବିରୋଧୀଙ୍କ ପାଖରେ ସେମିତି କିଛି ମୂଳ ପ୍ରସଙ୍ଗ ନାହିଁ ଯାହା ମାଧ୍ୟମରେ ସେ ୨ରୁ ୩ଟି ପ୍ରସଙ୍ଗକୁ ସବୁଦିନ ବାଚସ୍ପତିଙ୍କ ପାଖରେ ତଥ୍ୟ ରଖୁଛନ୍ତି । ଘୋଷା ବଳଦ ପରି ଗୋଟିଏ କଥାକୁ ବାରମ୍ବାର ଦୃଷ୍ଟିଗୋଚର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏ ନେଇ ବିଧାୟକ ଅରୁଣ ସାହୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରଶ୍ନ କରିଛନ୍ତି ,ସେମାନଙ୍କ ଦଳରୁ ୮ଜଣ ଏମ୍ପି ଅଛନ୍ତି ୩ ଜଣ ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ଏହା ସହିତ ୯ବର୍ଷ ଶାସନ ମଧ୍ୟ କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ମାନ୍ୟବର ପ୍ରଧାମନ୍ତ୍ରୀଙ୍କୁ ହେଉ ଅଥବା ଗୃହମନ୍ତ୍ରୀଙ୍କୁ ହେଉ କାହାକୁ ବି ଆଜି ପର୍ଯ୍ୟନ୍ତ କୋଟିଆ ପ୍ରସଙ୍ଗ ଉପରେ ଆଲୋଚନା ହୋଇନି । ସେହିପରି ଦରା ଜନାଜାତିଙ୍କୁ ମୁଖ୍ୟ ସିଡୁଲ ଭିତରକୁ ନେଲେନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିରେ ରଖି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ କେବେବି ଅନ୍ୟୟ ଅନିତିକୁ ପ୍ରଶୟ ଦିଅନ୍ତିନି । ନିରକ୍ଷେପ ତଦନ୍ତ କରାଇବା ଏବଂ ଦୋଷୀକୁ ଦଣ୍ଡଦେବା ହେଉଛି ବୀ ସରକାରଙ୍କ ନୀତି ଏବଂ ପ୍ରୟାସ । ବିରୋଧୀ ଦଳ ଗୋଟିଏ ଫଟୋ ରାଜନୀତି କରୁଛନ୍ତି । କିଏ କେଉଁଠି ଫଟୋଉଠାଇଲା ତାକୁ ରାଜନୀତି କରାଯାଉଛି । ଏମିତିରେ ଦେଖିବାକୁ ଗଲେ ଆମ ପାଖରେ ମଧ୍ୟ ଫଟୋ ଅଛି ମାନ୍ୟବର ନରସିଂହ ମିଶ୍ରଙ୍କ ସହ ଅଭିଯୁକ୍ତଙ୍କର ଫଟୋ ଅଛି ଗୋଟିଏ କ୍ୟାଣ୍ଡଲକୁ ମଧ୍ୟ ଦୁଇଜଣ ଜାଳୁଛନ୍ତି ଆଉ ଭିଡିଓ ମଧ୍ୟ ମାଳମାଳ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବୋଲି କହିଛନ୍ତି ଅରୁଣ ସାହୁ । ଏହା କରିବା ଦ୍ୱାରା ବିଧାନସଭାର ବହୁ ମୂଲ୍ୟବାନ ସମୟ ନଷ୍ଠ ହେୁଛି ବୋଲି କହିଛନ୍ତି ମନ୍ତ୍ରୀ ।
ସେହିପରି ବିରୋଧୀଦଳ ନେତା ୫ଟି ନେଇ ମଧ୍ୟ ଆଲୋଚନା କରୁଛନ୍ତି । ୫ଟି ହେଉଛି ଗୋଟିଏ ମନ୍ତ୍ର,ପ୍ରଧାନମନ୍ତ୍ରୀ ମଧ୍ୟ ୫ଟି ମନ୍ତ୍ର କହିଛନ୍ତି ଆମେ ତାକୁ ସମ୍ମାନ କରୁଛୁ କିନ୍ତୁ ବିରୋଧୀଦଳ ନେତା ଏହି ମହତ ଉଦ୍ଧେଶ୍ୟ ନିମନ୍ତେ ହୋଇଥିବା ମନ୍ତ୍ରକୁ ବଦାମ କରୁଛନ୍ତି । ୫ଟି ଲୋକଙ୍କ ଭଲ ପାଇଁ ଉଦ୍ଧିଷ୍ଠ ହୋଇଛି ତାକୁ ବଦନାମ କରନି ବୋଲି କହିଛନ୍ତି ଅରୁଣ ସାହୁ । ସେହିପରି କୋଟିଆକୁ ତଥ୍ୟ ଭିତରକୁ ଅଣାଯାଉ ବୋଲି କହିଛନ୍ତି ଆଜି ପର୍ଯ୍ୟନ୍ତ କୋଉଠି ବି କୋଟିଆର କଥା ଉଠୁନି,ମୂଳପ୍ରସଙ୍ଗକୁ ଦୃଷ୍ଟିଆଗକୁ ଅଣାଯାଉନି ବିରୋଧୀଦଳ ତୋ ତାଙ୍କର କାମ ସଠିକ ଭାବେ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ସେଠି ୧୦୦କୋଟି ଟଙ୍କାର ପ୍ୟାକେଜ ସେଡି ବ୍ୟବସ୍ଥା କରାଯାଇଛି । କୋଟିଆ ହେଉଛି ଆମର ଆମେ ସମସ୍ତେ ମିଶି ଦାବି କରିବା କଥା କୋଟିଆ ଯେମିତି ଆମର ହେଉ କିନ୍ତୁ ବିରୋଧୀଦଳ ସେକଥା ନଭାବି କୋଟିଆ ପଛେ କୁଆଡେ ଯାଉ କିନ୍ତୁ ଓଡିଶା ସରକାର ବଦନାମ ହେଉ ହେଉଛି ତାଙ୍କର ମୂଳ ଉଦ୍ଧେଶ୍ୟ । ହୀନ ରାଜନୀତି ଥାଉ କୋଟିଆ ପ୍ରସଙ୍ଗ ନଉଠୁ । ଏହା ସହିତ ସେ ନିବେଦ କରିଛନ୍ତି କି ଏବେବି ସମୟ ଅଛି ଦିଲ୍ଲୀ ଯାଆନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ଭେଟନ୍ତୁ ଗୃହମନ୍ତ୍ରୀଙ୍କ ସହ ଦେଖାକରନ୍ତୁ କୋଟିଆ ବିଷୟରେ ଆଲୋଚନା କରି କୋଟିଆକୁ ଆମ ରାଜ୍ୟକୁ ଆଣନ୍ତୁ ବୋଲି ନିବେଦନ କରିଛନ୍ତିି ନୟାଗଡ ବିଧାୟକ ଅରୁଣ ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking