34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପାକିସ୍ତାନରେ ପୁଣି ହମଲା

ପାକିସ୍ତାନରେ ପୁଣି ହମଲା

ପାକିସ୍ତାନ : ପାକିସ୍ତାନରେ ପୁଣି ହମଲା । ପୋର୍ଟ ପରେ ଏବେ ଏୟାରବେସକୁ ଟାର୍ଗେଟ କରିଛନ୍ତି ବେଲୁଚିସ୍ତାନର ଆତଙ୍କବାଦୀ ସଂଗଠନ । ବେଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ନେବଲ ଏୟାରବେସ୍ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ବି.ଏଲ.ଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି । ବେଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ଏହି ସଂଗଠନ । ଯାହାକୁ ନେଇ ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking