40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଡ଼ିଜେ ବକ୍ସ ପଡି ନାବାଳକ ମୃତ

ଡ଼ିଜେ ବକ୍ସ ପଡି ନାବାଳକ ମୃତ

ଝାଡଖଣ୍ଡ : ହୋଲିରେ ଅଘଟଣ । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଟେ ଅଞ୍ଚଳରେ ଡିଜେ ବଜେଇ ହୋଲିକୁ ଆନନ୍ଦ, ଉଲ୍ଲାସର ସହିତ ପାଳନ କରୁଥିଲେ । କିଏ ଜାଣିଥିଲା ଯେ, ହସଖୁସିରେ ଫାଟିପଡୁଥିବା ପରିବେଶ କିଛି ସମୟ ମଧ୍ୟରେ କାନ୍ଦ ବୋବାଳିରେ ଫାଟି ପଡିବ । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳୁଥିବା ସମୟରେ ଡିଜେ ବକ୍ସ ଗୋଟେ ନାବାଳକ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକ ନାବାଳକକୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଦୁଃଖର ଛାୟା ଖେଳିଯିବା ସହିତ ସ୍ଥାନୀୟ ଅଂଚଳ ଯେପରି ସ୍ତବ୍ଧ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking