42.1 C
Bhubaneswar
Saturday, April 27, 2024
Homeଓଡିଶାରଙ୍ଗ ଖେଳି ପରସ୍ପରର ଶୁଭ ମନାସିବେ ସଭିଏଁ

ରଙ୍ଗ ଖେଳି ପରସ୍ପରର ଶୁଭ ମନାସିବେ ସଭିଏଁ

ଭୁବନେଶ୍ୱର : ହୋଲି ପାଇଁ ଉତ୍ସବ ମୁଖର ହୋଇପଡିଛି ଗାଁ ଠାରୁ ସହର । ଏହି ପର୍ବରେ ରାଧା କୃଷ୍ଣଙ୍କର ଅନନ୍ୟ ଲୀଳା ଶ୍ରଦ୍ଧାଳୁମାନେ ଦେଖିଥାନ୍ତି । ରାଧାକୃଷ୍ଣ ଦୋଳ ବିମାନରେ ବସି ହୋଲି ଖେଳିଥାନ୍ତି । ଏହି ପର୍ବକୁ ଦୋଳ‌ଯାତ୍ରା ‌‌ବୋଲି କୁହାଯାଏ । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି। ଏହା ଫଲ୍ଗୁନ ମାସ ର ଶୁକ୍ଲା ପକ୍ଷୀ ଦଶମୀ ଦିନ ରେ ଆରମ୍ଭ ହେଇଥାଏ । ଏହି ଦିବସ କୁ ଫଗୁ ଦଶମୀ କୁହାଯାଏ । ଏହି ଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ବିଭିନ୍ନ ରଙ୍ଗ ବେରଙ୍ଗର ପର୍ବ ହେଉଛି ହୋଲି । ଏହି ପର୍ବ ଭାଇଚାରାର ସମ୍ପର୍କକୁ ଦ୍ଵିଗୁଣ କରିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ବେଶ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରିଥାନ୍ତି । ଆଖପାଖ ସମସ୍ତ ଗାଁ ରୁ ଦୋଳ ବିମାନ ଆସି ମେଳଣ ପଡ଼ିଆରେ ଏକତ୍ରିତ କରି ହୋଲି ପର୍ବ ମନାଯାଏ । ଏହି ପର୍ବରେ ଶ୍ରୀମନ୍ଦିରରେ ଫାଲଗୁନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ଦୋଳଗୋବିନ୍ଦ ରୂପରେ ପୂଜା କରାଯାଏ । ଏହି ଦିନ ଶ୍ରୀମନ୍ଦିର ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନସିଂହାସନରେ ସୁନା ବେଶ ବା ରାଜଧିରାଜ ବେଶରେ ସଜ୍ଜିତ କରାଯାଏ । ଦୋଳ ବେଦିରେ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଙ୍କୁ ଝୁଲଣ ରେ ଝୁଲାଇ ରଙ୍ଗ ଅବିର ଲଗାଯାଏ। ଶ୍ରୀମନ୍ଦିର ରେ ଏହାକୁ ବସନ୍ତ ଉତ୍ସବ ବୋଲି କୁହାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking