32.1 C
Bhubaneswar
Saturday, May 4, 2024
Homeଓଡିଶାଓଡିଶାକୁ ଆସିବ ଆଉ ୧୦ ଏନଡିଆରଏଫ ଟିମ୍‌

ଓଡିଶାକୁ ଆସିବ ଆଉ ୧୦ ଏନଡିଆରଏଫ ଟିମ୍‌

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଓଡିଶାକୁ ଆସିବ ଆଉ ୧୦ଟି ଏନଡିଆରଏଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ । ଓଡିଶାକୁ ୨୨ଟି ଟିମ ଯାଇଥିଲେ । ଏସଆରସି ଆଉ ୧୦ ଟିମ୍ ମାଗିଛନ୍ତି ।  ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ କରି ଟିମ୍ ପହଂଚାଯିବ ।  ଓଡିଶା ପାଇଁ ମୋଟ ୩୨ଟି ଏନଡିଆରଏଫ ପ୍ରସ୍ତୁତ କରାଯାଇଛି । ପଶ୍ଚିମବଙ୍ଗରେ ୩୫ଟି ଏନଡିଆରଏଫ ଟିମ୍ ମଧ୍ୟ ସନ୍ଧ୍ୟା ସୁଦ୍ଧା ପହଂଚିଯିବ । ଆବଶ୍ୟକତା ଦେଖି ଏନଡିଆରଏଫ  ଟିମକୁ କାର୍ଯ୍ୟରେ ଲଗାଯିବ ।  ବାତ୍ୟା ତାଉତେ ଅନୁଭୂତିକୁ ଏଠାରେ କାର୍ଯ୍ୟରେ ଲଗାଇବୁ ।

ବାତ୍ୟା ‘ୟସ’ ପାଇଁ ୪ଟି ଜିଲ୍ଲା ସବୁଠାରୁ ବେଶି ମାତ୍ରାରେ ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ପଡିବ । ଯାଜପୁର, କଟକ, ମୟୁରଭଂଜରେ ବି ବାତ୍ୟାର ପ୍ରଭାବ ରହିବ । ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡିବ । ୨୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ଅଧିକ ରହିବ ।

ଅନ୍ୟପଟେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ବେଳେ ବେଳେ ଝଡକା ପବନର ବେଗ ୧୮୫ କିମି ଛୁଇଁବ । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ରୁ ପବନର ବେଗ ବଢିବ । ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ୨୦ ସେମି ବର୍ଷା ବି ହୋଇପାରେ । ପବନର ବେଗ ଯାହା ଏଥିରେ ବଡ ବଡ ଗଛ ଉପୁଡିପାରେ । ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ କ୍ଷତି ଘଟାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking