38.1 C
Bhubaneswar
Wednesday, May 1, 2024
Homeଖେଳବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ୨୦ ଖେଳାଳିଙ୍କ ନାମ ଘୋଷଣା

ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ୨୦ ଖେଳାଳିଙ୍କ ନାମ ଘୋଷଣା

ନୂଆଦିଲ୍ଲୀ:  ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ମେ ୧ ତାରିଖ ସୁଦ୍ଧା ୧୫ ଜଣିଆ ଖେଳାଳି ତାଲିକା ପ୍ରଦାନ ପାଇଁ ସମସ୍ତ ଟିମ୍‌କୁ କହିଛି । ଇତିମଧ୍ୟରେ ଟିମ୍ ଇଣ୍ଡିଆର ୨୦ ଖେଳାଳିଙ୍କ ନାମ ସାମ୍ନାକୁ ଆସିଛି । ଏହା ମଧ୍ୟରୁ ୧୫ ଜଣଙ୍କୁ ଟିମ୍‌ରେ ସ୍ଥାନ ମିଳିବାକୁ ଥିବାବେଳେ ଅନ୍ୟ ୫ ଜଣ ଷ୍ଟାଣ୍ଡ୍‌ବାଇ ଭାବେ ଟିମ୍ ସହିତ ଯାତ୍ରା କରିପାରନ୍ତି । ଚଳିତ ମାସ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆକୁ ଅନ୍ତିମ ରୂପ ଦିଆଯିବ । ତେବେ ଆଇପିଏଲ୍‌ରେ ଉନ୍ନତ ପ୍ରଦର୍ଶନ କରୁଥିବା କୌଣସି ନୂଆ ଖେଳାଳିଙ୍କୁ ଏଥିରେ ସାମିଲ କରାଯିବାର ସମ୍ଭାବନା ନାହିଁ । ସେହିପରି ପରୀକ୍ଷିତ କେତେକ କ୍ରିକେଟର୍‌ଙ୍କୁ ନିରାଶ ହେବାକୁ ପଡ଼ିପାରେ । ବିସିସିଆଇର ଏକ ସୂତ୍ର ଗୋପନୀୟତା ସର୍ତ୍ତରେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, ଏଥିପାଇଁ କୌଣସି ପ୍ରୟୋଗ କିମ୍ବା ପଡ଼ିଆରେ ପ୍ରଦର୍ଶନ ଆଧାରରେ ଚୟନ ହେବନାହିଁ । ଟିମ୍ ଇଣ୍ଡିଆ ପାଇଁ ଯେଉଁ ଖେଳାଳି ଖେଳୁଛନ୍ତି ଏବଂ ଟି-୨୦ ଅନ୍ତର୍ଜାତୀୟ ତଥା ଆଇପିଏଲ୍‌ରେ ନିରନ୍ତର ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଚୟନ କରାଯିବ ।
କ୍ୟାପ୍‌ଟେନ୍ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଜସ୍‌ପ୍ରୀତ୍ ବୁମ୍‌ରା, ରବୀନ୍ଦ୍ର ଜାଡ଼େଜା, ଋଷଭ ପନ୍ତ୍‌, ଅର୍ଶଦୀପ ସିଂ, ମହମ୍ମଦ ସିରାଜ୍ ଏବଂ କୁଲଦୀପ ଯାଦବଙ୍କୁ ଟିମ୍‌ରେ ଚୟନ କରାଯିବା ପ୍ରାୟତଃ ନିଶ୍ଚିତ କୁହାଯାଉଛି । ସେହିପରି ବିରାଟ କୋହଲି ମଧ୍ୟ ଏହି ରେସ୍‌ରେ ସାମିଲ ଅଛନ୍ତି । ଅନ୍ୟପକ୍ଷରେ ଲଗାତାର ଖେଳିଆସୁଥିବା ମହମ୍ମଦ ସିରାଜ୍‌ଙ୍କୁ ୱାର୍କଲୋଡ୍ ମ୍ୟାନେଜମେଣ୍ଟ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଶ୍ରାମ ଦେଇଛି । ସେହିପରି ଯଶସ୍ୱୀ ଜୟସ୍ୱାଲ୍ ଓ ଶୁବମନ୍ ଗିଲ୍‌ଙ୍କ ମଧ୍ୟରେ ଚୟନ ପାଇଁ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଫିନିଶର୍ ଭାବେ ରିଙ୍କୁ ସିଂହ ଓ ଶିଭମ୍ ଦୁବେଙ୍କୁ ଟିମ୍‌ରେ ସାମିଲ କରାଯାଇପାରେ । ଦ୍ୱିତୀୟ ୱିକେଟ୍‌କିପର୍ ସ୍ଥାନ ପାଇଁ ମଧ୍ୟ କଡ଼ା ଟକ୍କର ହୋଇପାରେ । ଜିତେଶ ଶର୍ମା, କେଏଲ୍ ରାହୁଲ ଏବଂ ଈଶାନ୍ କିଶନ୍‌ଙ୍କଠାରୁ ସଞ୍ଜୁ ସାମ୍‌ସନ୍‌ଙ୍କୁ ଚ୍ୟାଲେଞ୍ଜ୍ ମିଳିବ ।
ସମ୍ଭାବ୍ୟ ୨୦ ଜଣିଆ ବିଶ୍ୱକପ୍ ସ୍କ୍ୱାଡ୍‌: ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ୍‌, ଶୁଭମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶିଭମ୍ ଦୁବେ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବି ବିଷ୍ଣୋଇ, ଋଷଭ ପନ୍ତ୍‌, କେଏଲ୍ ରାହୁଲ ଓ ସଞ୍ଜୁ ସାମ୍‌ସନ୍‌, ଜସ୍‌ପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ୍‌, ଅର୍ଶଦୀପ ସିଂ ଏବଂ ଆଭେସ୍ ଖାନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking