34.1 C
Bhubaneswar
Saturday, April 27, 2024
Homeବଲିଉଡପୂର୍ବ ବକ୍ସ ଅଫିସ ରେକର୍ଡ ଭାଙ୍ଗିବ ‘ଆନିମଲ’, ପ୍ରଥମ ଦିନରେ ଆୟ କରିବ ୧୦୦କୋଟି !

ପୂର୍ବ ବକ୍ସ ଅଫିସ ରେକର୍ଡ ଭାଙ୍ଗିବ ‘ଆନିମଲ’, ପ୍ରଥମ ଦିନରେ ଆୟ କରିବ ୧୦୦କୋଟି !

ମୁମ୍ବାଇ : ଆଜି ରିଲିଜ ହୋଇଛି ଫିଲ୍ମ ‘ଆନିମଲ’। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି।କୁହାଯାଉଛି ଯେ, ଫିଲ୍ମଟି ପ୍ରଥମ ଦିନରେ ହିଁ ୧୦୦କୋଟି ଆୟ କରିବ। ତେବେ କେବଳ ଭାରତରେ ନୁହେଁ, ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଏହି ଆକଳନ କରାଯାଇଛି। ଭାରତ‌ରେ ଫିଲ୍ମଟି ୬୦କୋଟି ଆୟ କରିବା ସହ ବିଶ୍ବ ବକ୍ସ ଅଫିସର ଆୟ ମିଶିଲେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଆଜି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking