34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶହସ୍ପିଟାଲ୍‌ରେ ଭର୍ତ୍ତିହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ହସ୍ପିଟାଲ୍‌ରେ ଭର୍ତ୍ତିହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଅମରାବତୀ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ସଏଦ ଅବଦ୍ଦୁଲ ନଜିର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି (ଶନିବାର) ସନ୍ଧ୍ୟାରେ କୌଣସି କାରଣରୁ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟଓ୍ବାଡାର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ଓ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖଛନ୍ତି । ହେଲେ ଅସୁସ୍ଥତାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂତ୍ରରୁ ସୂଚନା ମିଳିଛି ।

ରାଜଭବନ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳଙ୍କ ହଠାତ୍ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । ତାଙ୍କୁ ଗତକାଲି ଅପରାହ୍ନରେ ତାଙ୍କର ସହଯୋଗୀ ଓ ସୁରକ୍ଷାକର୍ମୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ବାରା ତାଙ୍କ ଚିକିତ୍ସା ଏବେ ଜାରି ରହିଛି । ଗତବର୍ଷ ଫେବୃଆରୀରେ ଆନ୍ଧ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସଏଦ ଅବଦ୍ଦୁଲ ନଜିର । ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳି ପରେ ସେ ଏହି ସାମ୍ବିଧାନିକ ପଦବୀରେ ନିଯୁକ୍ତି ପାଇଥିଲେ । ପୂର୍ବରୁ ସେ ସର୍ବୋଚ୍ଚ କୋର୍ଟରେ ଜଣେ ବିଚାରପତି ଭାବରେ ଦୀର୍ଘ ବର୍ଷ ଧରି କାମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking