33.1 C
Bhubaneswar
Saturday, April 27, 2024
Homeବଲିଉଡସ୍ପିଚ୍ ଭୁଲିଗଲେ ଅନନ୍ୟା

ସ୍ପିଚ୍ ଭୁଲିଗଲେ ଅନନ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆଜିକାଲି ସେ ଆକାଶରେ ଉଡୁଥିବା ଚର୍ଚ୍ଚା ହେଉଛି । ଫିଲ୍ମ ‘ଷ୍ଟୁଡେଂଟ ଅଫ୍ ଦ ଇଅର-୨’ ପାଇଁ ସେ ବେଷ୍ଟ ଡେବ୍ୟୁର ଫିଲ୍ମ ଫେୟାର ଆୱାର୍ଡ ପାଇବା ପରେ ତାଙ୍କ ଖୁସି ଏବେ କହିଲେ ନ ସରେ । ନିଜ କ୍ୟାରିୟର ଆରମ୍ଭରୁ ଆୱାର୍ଡ ପାଇବା ତାଙ୍କ ପାଇଁ ବହୁତ ବଡ କଥା । ଅନନ୍ୟାଙ୍କ ପିତା ଚଙ୍କି ପାଣ୍ଡେ କେବେ ବି ଏହି ଆୱାର୍ଡ ର ଅଧିକାରୀ ହୋଇପାରିନଥିଲେ । ମାତ୍ର ତାଙ୍କ ଝିଅ ଅନନ୍ୟା କମାଲ କରି ଦେଖାଇଛନ୍ତି । ଏହି ପୁରସ୍କାର ପାଇବା ପରେ ଅନନ୍ୟା ନିଜ ଖୁସି ଶେୟାର କରିଥିଲେ । ଇଂଟରଭ୍ୟୁ ସମୟରେ ସେ ଏକ ବଡ ଖୁଲାସା କରିଥିଲେ । ପୁରସ୍କାର ପାଇବାକୁ ନେଇ ସେ ଏତେ ମାତ୍ରାରେ ଖୁସି ହୋଇଯାଇଥିଲେ ଯେ, ଅଭ୍ୟାସ କରିଥିବା ସ୍ପିଚ୍ ସେ ଭୁଲିଯାଇଥିଲେ । ସେହି ସମୟରେ ତାଙ୍କ ମା’ ଅନନ୍ୟାଙ୍କ ସହ ଥିଲେ । ମାତ୍ର ବାପା ଉପସ୍ଥିତ ନଥିଲେ । ପରେ ସେ ଘରକୁ ଯାଇ ଟ୍ରଫିକୁ ନିଜ ବାପାଙ୍କୁ ଦେଇଥିବା କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking