27.1 C
Bhubaneswar
Thursday, April 25, 2024
Homeଓଡିଶାବେଆଇନ ପାର୍କିଂ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ବେଆଇନ ପାର୍କିଂ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଦିନକୁ ଦିନ ବେଆଇନ ଭାବେ ଗାଡି ପାର୍କିଂ କରାଯାଉଛି । ଟ୍ରାଫିକ ପୋଲିସ ଏବଂ କମିସନରେଟ ପୋଲିସର କଡା ପଦକ୍ଷେପ ପରେ ମଧ୍ୟ କେହି ମାନିବାକୁ ନାରାଜ । ତେବେ ଏନେଇ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ଭୁବନେଶ୍ୱର-କଟକ ପୁଲିସ କମିସନରେଟ ଟ୍ରାଫିକ୍ ରୁଲ ୨୦୦୮ ଧାରା ୨୯ରୁ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଧୀରେଧୀରେ ଅଧିକ କଡ଼ା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
କମିସନରେଟ୍ ପୁଲିସ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ରାଜଧାନୀର ଜନଗହଳି ଥିବା ରାସ୍ତାରେ ବେନିୟମ ଭାବେ ଗାଡ଼ି ପାର୍କିଂ ନ କରିବାକୁ କୁହାଯାଇଛି । ସେହି ଜନଗହଳି ରାସ୍ତା ଗୁଡିକ ହେଉଛି :- ରାଜଭବନ ଛକରୁ କଳାରାହଙ୍ଗ ଛକ । ଏୟାରପୋର୍ଟରୁ ନାଲକୋ ଛକ । ଶିଶୁଭବନ ଛକରୁ ବାଣୀବିହାର । ରସୁଲଗଡ଼ ଛକରୁ ଜୟଦେବ ବିହାର । ଶ୍ରୀୟା ଛକରୁ ପି.ଏଚ.ଡି କାର‌୍ୟ୍ୟାଳୟ । ଏବଂ ବାପୁଜୀନଗର ।
ଏହି ସବୁ ଜନଗହଳି ପୂର୍ଣ୍ଣ ରାସ୍ତାରେ ଗାଡି ପାର୍କିଂ କରିଲେ କଡା ନିଷ୍ପତ୍ତି ନିଆଯିବ । ଏହାର ଖିଲାପ ହେଲେ ମୋଟରଯାନ ଆଇନ ୨୦୧୯ ଧାରା ୧୮୮ ଅନୁସାରେ ପାଞ୍ଚଶହ ଟଙ୍କା ଜରିମାନା ଦେବାକୁ ହେବ ଓ ଏଥିସହ କ୍ରେନ୍ ବ୍ୟବହାର ହେଲେ ସେ ବାବଦୀୟ ଖର୍ଚ୍ଚ ମୋଟରଯାନ ଆଇନର ଧାରା ୧୨୭ ଅନୁସାରେ ଭରଣା କରିବାକୁ ହେବ ବୋଲି କମିସନରେଟ୍ ପୁଲିସ୍ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking