30.1 C
Bhubaneswar
Friday, April 26, 2024
Homeଓଡିଶାକାଲି ଆସୁଛନ୍ତି ଅମିତ ଶାହ

କାଲି ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ଶାହ କାଲି ସକାଳ ୧୦ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ । ୧୦ଟା ୪୦ରୁ ୨ଟା ପର୍ଯ୍ୟନ୍ତ ଲୋକସେବା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ ଶାହ । ୨ଟା ୩୦ରୁ ୪ଟା ପର୍ଯ୍ୟନ୍ତ ଜନତା ମଇଦାନରେ ସିଏଏ ସପକ୍ଷରେ ଏକ ସଭା କରିବେ । ସନ୍ଧ୍ୟା ୬ଟାରୁ ୭ଟା ୩୦ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିବେ । ଏହି ବୈଠକରେ ସବୁ ବିଧାୟକ, ସବୁ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ । ଏଥିରେ ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବ । ୨୯ ତାରିଖ ସକାଳେ ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଅମିତ ଶାହ ଦିଲ୍ଲୀ ଫେରିଯିବେ ।
https://onakhabar.com/2020/02/27/sonia-gandhi-and-manmohan-singh-meet-president-kovind-demand-to-protect-raj-dharma/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking