40.1 C
Bhubaneswar
Thursday, April 25, 2024
HomeUncategorizedଗୁଡ୍ ମର୍ଣ୍ଣି ମେସେଜ୍ ରୁ ଜଘନ୍ୟ ହତ୍ୟା

ଗୁଡ୍ ମର୍ଣ୍ଣି ମେସେଜ୍ ରୁ ଜଘନ୍ୟ ହତ୍ୟା

ନୂଆଦିଲ୍ଲୀ: କିଛି ଲୋକ ସକାଳୁ ସକାଳୁ ଆସୁଥିବା ଗୁଡ୍ ମର୍ଣ୍ଣିଂ ମେସେଜରୁ ବହୁତ ଖୁସି ହୋଇଯାଆନ୍ତି । ହେଲେ ଏଭଳି ମେସେଜ କିଛି ଲୋକଙ୍କ ପାଇଁ ବିରକ୍ତିକର ହୋଇଥାଏ । ଯାହାପାଇଁ ଜଣେ ବ୍ୟକ୍ତି ରାଗିଯାଇ ଜଣେ ଯୁବକଙ୍କ ହତ୍ୟା କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ କେବେ ବି ଭାବିପାରିବ ନାହିଁ ଯେ, ଏହି ମେସେଜ ପଠେଇବା ଜଣଙ୍କ ପାଇଁ କେତେ ମାତ୍ରାରେ ଭାରି ପଡିପାରେ । ଆଉ ଏହାର ଦାମ୍ ନିଜ ଜୀବନ ଦେଇ ଦବାକୁ ପଡିପାରେ । ଏଭଳି ଜଘନ୍ୟ ଘଟଣା ଝାଡଖଣ୍ଡ ହଜାରିବାଗ୍ ସହରରେ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ସୁଲତାନା ଗାଁରେ ରହୁଥିବା ଜଣେ ମହିଳାଙ୍କ ମେସେଜର ଉତର ଯୁବକ ଜଣକ ଦେଇଥିଲେ । ମାତ୍ର ପରେ ଏହି ମେସେଜଟି ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ନଜରରେ ଆସିଥିଲା । ଫଳରେ ସେ ଏହି ମେସେଜରୁ କ୍ଷୁବ୍‌ଧ ହୋଇ ମେସେଜ ପଠେଇଥିବା ଯୁବକଙ୍କୁ ହତ୍ୟା କରିଦେଇଥିଲେ । ମୃତ ଯୁବକ ଜଣକ ମୋ.ସଲମାନ ଅଂସାରୀ ହୋଇଥିବା ବେଳେ ତାଙ୍କ ବୟସ ୨୪ ବର୍ଷ ହେବ ବୋଲି ଜଣାପଡିଛି । ତେବେ ୧୫ ଦିନ ତଳେ ଅଂସାରୀଙ୍କ ବିବାହ ହୋଇଥିଲା । ତେବେ ତାଙ୍କ ସ୍ତ୍ରୀ ଉକ୍ତ ମହିଳାଙ୍କ ମେସେଜକୁ ନିଜ ବନ୍ଧୁଙ୍କ ମେସେଜ ଭାବି ରିପ୍ଲାଏ ଦେଇଥିଲେ । ପରେ ଏହାକୁ ନେଇ ଦୁଇ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ହୋଇ ଘଟଣା ଉଗ୍ର ରୂପ ନେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking