34.1 C
Bhubaneswar
Saturday, April 27, 2024
Homeଓଡିଶାଟୋଲଗେଟ କର୍ମଚାରୀଙ୍କ ଦବଙ୍ଗଗିରି

ଟୋଲଗେଟ କର୍ମଚାରୀଙ୍କ ଦବଙ୍ଗଗିରି

ମୟୂରଭଞ୍ଜ – ଚର୍ଚ୍ଚାରେ ଟୋଲଗେଟ ବିବାଦରେ ଦବଙ୍ଗୀ ଟୋଲଗେଟ କର୍ମଚାରୀ। ଦବଙ୍ଗୀ ଟୋଲଗେଟ କର୍ମଚାରୀଙ୍କ ଆକ୍ରମଣରେ ଆହତ ଗାଡ଼ି ଚାଳକ। ଘଟଣାକୁନେଇ ଟୋଲଗେଟରେ ଉତ୍ତେଜନା ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣରେ।ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଶୁଖୁଆପଡ଼ା ଟୋଲଗେଟରେ ଦେଖିବାକୁ ମିଳିଛି। ତେବେ ଟୋଲ୍ ଫି ଆଦାୟକୁନେଇ ଟୋଲ କର୍ମଚାରୀଙ୍କ

ଗୁଣ୍ଡଗିରି ଦେଖୁବାକୁ ମିଳିଛି । ଟୋଲ୍ ଆଦାୟ ସ୍ଥାନ ବାହାରେ ମୁଖ୍ୟରାସ୍ତା ଉପରେ ଅଦାୟକୁ ନେଇ ଗାଡି ଚାଳକଙ୍କ ସହ ସାମାନ୍ୟ ବଚସା ହୋଇଥିଲା । ପାଟିତୁଣ୍ଡ ସମୟରେ ଟୋଲରେ କାର୍ଯ୍ୟରତ କର୍ମଚାରୀ ଚାଳକଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଠେଙ୍ଗାରେ ଆକ୍ରମଣ କରିବା ଯୋଗୁ ଗାଡି ଚାଳକଙ୍କ ମୁଣ୍ଡ ଫାଟି ଯାଇ ରକ୍ତାକ୍ତ ହୋଇଥିଲେ । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କୁଳିଅଣା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଗାଡ଼ି ଚାଳକ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରି ଗ୍ରାମର ପ୍ରବୀର ଗୋଚ୍ଛାୟତ ବୋଲି ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଘଟଣା ସ୍ଥାନୀୟ ଟୋଲ୍ ଗେଟରେ ଅନେକ ସମୟରେ ଦେଖୁବାକୁ ମିଳିଛି । ଅନ୍ୟପଟେ ଟୋଲ ଫି ଆଦାୟ ନାମରେ ଆକ୍ରମଣ କରି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ରହସ୍ୟଜନକ ବୋଲି ଅଭିଯୋଗ ହେଉଥିବା ବେଳେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking