28.1 C
Bhubaneswar
Thursday, March 28, 2024
Homeଖେଳସେମିଫାଇନାଲରେ ଆର୍ଜେଣ୍ଟିନାକୁ ମାତ୍ ଦେଇପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଗ୍ରେଟ ବ୍ରିଟେନ ସହ ହେବ ଟକ୍କର

ସେମିଫାଇନାଲରେ ଆର୍ଜେଣ୍ଟିନାକୁ ମାତ୍ ଦେଇପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଗ୍ରେଟ ବ୍ରିଟେନ ସହ ହେବ ଟକ୍କର

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ପ୍ରଥମ ଥର ଅଲମ୍ପିକ୍ସ ଫାଇନାଲରେ ପହଂଚିବା ସ୍ୱପ୍ନ ଅଧାରେ ରହିଯାଇଛି । ବୁଧବାର ହୋଇଥିବା ସେମିଫାଇନାଲ ମୁକାବିଲାରେ ଭାରତକୁ ଆର୍ଜେଣ୍ଟିନା ୨-୧ରେ ପରାସ୍ତ କରିଛି । ଭାରତ ପାଇଁ ଗୁରୁଜୀତ କୌର ଦ୍ୱିତୀୟ ମିନିଟରେ ଏକମାତ୍ର ଗୋଲ୍ କରିଥିଲେ । ସେହିଭଳି ଆର୍ଜେଣ୍ଟିନା ପାଇଁ ଅଧିନାୟକ ମାରିଆ ବ୍ୟାରିୟୋନ୍ୟୁବୋ ଦୁଇ ଗୋଲ ଦେଇଥିଲେ । ଏବେ ବ୍ରୋଂଞ୍ଚ ପଦକ ପାଇଁ ଶୁକ୍ରବାର ଭାରତର ସାମ୍ନା ଗ୍ରେଟ ବ୍ରିଟେନ ସହ ହେବ ।
ପ୍ରଥମ କ୍ୱାର୍ଟର ସଂପୂର୍ଣ୍ଣ ଭାବରେ ଭାରତୀୟ ଟିମ ନାମରେ ରହିଥିଲା । ମ୍ୟାଚର ଦ୍ୱିତୀୟ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳି ଯାଇଥିଲା, ଯାହାକୁ ଡ୍ରାଗ ଫ୍ଲିକର ଗୁରଜୀତ କୌର  ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗକୁ ନେଇଥିଲେ । ଏହାପରେ ୮ମ ମିନିଟରେ ଆର୍ଜେଣ୍ଟିନା କୁ ବି ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହେଲେ ଭାରତୀୟ ରକ୍ଷାପଂନ୍ତି ଏହି ସୁଯୋଗକୁ ବିଫଳ କରିଥିଲେ ।
ଦ୍ୱୀତିୟ କ୍ୱାର୍ଟରରେ ଆର୍ଜେଣ୍ଟିନା ବହୁତ ଭଲ ପ୍ରଦର୍ଶନ କରିଥିଲା । ଖେଳର ୧୮ ମିନିଟରେ ଆର୍ଜେଣ୍ଟିନାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାକୁ ଅଧିନାୟକ ମାରିଆ ନୋଏଲ ବ୍ୟାରିୟୋନ୍ୟୁବେ ଗୋଲ ପୋଷ୍ଟରେ ପକାଇ ଟିମକୁ ୧-୧ରେ ବରାବର କରିଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଟିମକୁ ପେନାଲ୍ଟି କର୍ଣ୍ଣର ନିହାତି ମିଳିଥିଲା, ହେଲେ ସେମାନେ ଗୋଲ କରିପାରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking