36.1 C
Bhubaneswar
Thursday, May 2, 2024
Homeଓଡିଶାଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

ପୁରୀ : ପୁରୀ ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିର ପରିସରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଏନେଇ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ପୋଲିସ ପୋକ୍ସୋ ଆକ୍ଟ ବଳରେ ମାମଲା ରୁଜୁ କରିଛି । ମାମଲାରେ ଜଣେ ପୂଜକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଶ୍ରୀମନ୍ଦିର ପରିସରରେ ଶିଶୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ , ଶୁକ୍ରବାର ପୁରୀ ବାହାରର ଜଣେ ଶ୍ରଦ୍ଧାଳୁଙ୍କ ସହ ନାବାଳିକା ଜଣକ ଶ୍ରୀମନ୍ଦିରକୁ ଆସିଥିଲା । ଅପରାହ୍ନ ପ୍ରାୟ ୨ଟାରୁ ୩ଟା ମଧ୍ୟରେ ବାମନ ମନ୍ଦିରରେ ପୂଜକ ଜଣଙ୍କ ଶିଶୁକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିଶୁଟି ଯାହା ସହ ଆସିଥିଲେ ସେ ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୂଜକକୁ ଅଟକ ରଖିଛି । ଘଟଣା ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking