43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ୟୁପିରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଏବେଠାରୁ ହିଁ କ୍ଷମତାସୀନ ବିଜେପି ସମେତ ସବୁ ରାଜନୀତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ବିଜେପି ଏଠାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଉଦ୍ୟମ କରୁଥିବା ବେଳେ ସମାଜବାଦୀ ପାର୍ଟି ସରକାରକୁ ଫେରିବାକୁ ଲକ୍ଷ୍ୟ ରଖିଛି । କଂଗ୍ରେସ ଓ ବିଏସପି ମଧ୍ୟ ରାଜନୀତିକ ସମୀକରଣକୁ ଓଲଟପାଲଟ କରିବାକୁ ଯୋଜନା କରିଛନ୍ତି । ସର୍ଭେ ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କ ସରକାର ପୁଣିଥରେ ଉତ୍ତରପ୍ରଦେଶରେ ରାଜ କରିବ ।

୨୦୨୨ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମାତାଚ୍ୟୁତ କରିବାକୁ ସମାଜବାଦ ପାର୍ଟି,ବିଏସ,କଂଗ୍ରେସ କିମ୍ବା ଅନ୍ୟ କୌଣସି ବିରୋଧୀ ଦଳ ଏଯାଓ ଭୋଟରଙ୍କ ବିଶ୍ୱାସ ଜିତି ପାରିନାହିଁ । ହୋଇଥିବା ସର୍ଭେରୁ ଜଣାପଡିଛି ଜେ ବର୍ତ୍ତମାନ କ୍ଷମତାରେ ଥିବା ଯୋଗୀ ହିଁ ଉତ୍ତରପ୍ରଦେଶବାସୀଙ୍କ ପ୍ରଥମ ପସନ୍ଦ । ୨୦୨୨ ନିର୍ବାଚନରେ ବିଜେପି ୪୧.୩% ଭୋଟ ଶେୟାର ପାଇବେ । ୨୦୧୭ରେ ଦଳ ରାଜ୍ୟରେ ୪୧.୪% ପ୍ରତିଶତ ଭୋଟ ପାଇଥିଲା । ଏଥର ଭୋଟ ପ୍ରତିଶତ ସାମାନ୍ୟ ହ୍ରାସ ପାଇବ ବୋଲି ଜଣପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking