31.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆହ୍ଲାବାଦ ଏଚସିଙ୍କ ବଡ଼ ରାୟ, ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ମୁସଲିମଙ୍କୁ ଦ୍ବିତୀୟ ବିବାହ...

ଆହ୍ଲାବାଦ ଏଚସିଙ୍କ ବଡ଼ ରାୟ, ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ମୁସଲିମଙ୍କୁ ଦ୍ବିତୀୟ ବିବାହ ମନା

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ଏକ ବଡ଼ ରାୟ ଶୁଣାଇଛନ୍ତି  । ପ୍ରଥମ ପତ୍ନୀ ଓ ସନ୍ତାନଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ଥିବା ମୁସଲିମ ବ୍ୟକ୍ତିଙ୍କୁ ଦ୍ବିତୀୟ ବିବାହ ପାଇଁ ଅନୁମତି ଦିଆଯିବନାହିଁ । ପ୍ରଥମ ପତ୍ନୀଙ୍କ ଇଚ୍ଛା ସତ୍ତ୍ବେ କୋର୍ଟଙ୍କ ମାଧ୍ୟମରେ ଦ୍ବିତୀୟ ବିବାହ ପାଇଁ ଅଧିକାର ମିଳିବ ନାହିଁ ବୋଲି କୋର୍ଟ ରାୟରେ କହିଛନ୍ତି ।

ଜଷ୍ଟିସ ଏସପି କେସରୱାନି ଓ ଜଷ୍ଟିସ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ଆବେଦନକାରୀ ଅଜିଜୁରେହମାନଙ୍କ ଅପିଲକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ପତ୍ନୀଙ୍କ ସହମତି ବିନା ଦ୍ବିତୀୟ ବିବାହ କରିବା ପ୍ରଥମ ପତ୍ନୀଙ୍କ ସହିତ ନିଷ୍ଠୁରତା । ପ୍ରଥମ ପତ୍ନୀଙ୍କ ବିନା ଅନୁମତିରେ ଯଦି କୋର୍ଟ ସ୍ବାମୀଙ୍କ ସହିତ ଉକ୍ତ ମହିଳାଙ୍କୁ ବାଧ୍ୟ କରିଥାଏ, ତେବେ ତାହା ମହିଳାଙ୍କ ଗରିମା ଓ ବ୍ୟକ୍ତିଗତ ସ୍ବତନ୍ତ୍ରତାକୁ ଆଘାତ କରିବା ସହିତ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ମଧ୍ୟ ଉଲ୍ଲଘଂନ କରିଥାଏ ।

କୋର୍ଟ କୁରାନ ନିୟମକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି । ଯଦି ମୁସଲିମ ଧର୍ମାବଲମ୍ବୀ ବ୍ୟକ୍ତି ଜଣକ ନିଜ ପ୍ରଥମ ପତ୍ନୀ ଓ ସନ୍ତାନଙ୍କ ଯତ୍ନ ବା ଦାୟିତ୍ବ ନେବାରେ ସକ୍ଷମ ନୁହେଁ, ତେବେ ଦ୍ବିତୀୟ ବିବାହ କରିବା ପାଇଁ ତାଙ୍କୁ ଅନୁମତି ମିଳିବ ନାହିଁ । ଆବେଦନକାରୀ ନିଜ ପ୍ରଥମ ପତ୍ନୀଙ୍କ ଇଚ୍ଛା ବିନା ସାଥୀରେ ରଖିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି,” ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ପ୍ରତିଟି ନାଗରିକକୁ ନିଜ ଗରିମାମୟ ଜୀବନ ବିତାଇବାର ଅଧିକାର ରହିଛି । “

ସେହିପରି ଅନୁଚ୍ଛେଦ ୧୪ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ଅନୁଚ୍ଛେଦ ୧୫(୨) ଲିଙ୍ଗ କ୍ଷେତ୍ରରେ ଭେଦଭାବ ନ କରିବା ଉପରେ ରୋକ ଲଗାଇଛି । କୌଣସି ବ୍ୟକ୍ତିଗତ ନିୟମ ସାମ୍ବିଧାନିକ ଅଧିକାରକୁ ଉଲ୍ଲଘଂନ କରିପାରିବ ନାହିଁ । ଏହି ବ୍ୟକ୍ତିଗତ ନିୟମ ଅନୁସାରେ ସାମ୍ବିଧାନିକ ମୂଳ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ । ଜୀବନ ଅଧିକାରରେ ଗରିମାମୟ ଅଧିକାର ମଧ୍ୟ ସାମିଲ ରହିଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେଉଁ ସମାଜରେ ମହିଳାଙ୍କୁ ସମ୍ମାନ ନାହିଁ, ସେହି ସମାଜ ସଭ୍ୟ ବୋଲି କୁହାଯିବ ନାହିଁ ।

ମହିଳାଙ୍କୁ ସମ୍ମାନ କରୁଥିବା ଦେଶକୁ ସଭ୍ୟ ଦେଶ କୁହାଯିବ । ମୁସଲିମ ଧର୍ମାବଲମ୍ବୀଙ୍କୁ ଗୋଟିଏ ପତ୍ନୀ ଥିବା ବେଳେ ଦ୍ବିତୀୟ ବିବାହ କରିବାରୁ ଦୂରେଇ ରହିବା ଉଚିତ । ପ୍ରଥମ ପତ୍ନୀଙ୍କ ସହିତ ଅନ୍ୟାୟ କରୁଥିବା ମୁସଲିମଙ୍କୁ ଦ୍ବିତୀୟ ବିବାହ କରିବା ଲାଗି କୁରାନ ମଧ୍ୟ ଅନୁମତି ଦେଇନଥାଏ । ଆବେଦନକାରୀ ଅଜିରୁ ରେହମାନ ୧୯୯୯ ମେ ୧୨ରେ ପ୍ରଥମ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀ ପିତାମାତାଙ୍କର ଗୋଟିଏ ସନ୍ତାନ ଥିବାରୁ ସମ୍ପତ୍ତିର ଉତ୍ତରାଧିକାରୀ ମଧ୍ୟ ସେ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking