39.1 C
Bhubaneswar
Friday, April 26, 2024
Homeଓଡିଶାଆସନ୍ତାକାଲି ଠାରୁ ସମସ୍ତ ବସ ସେବା ବନ୍ଦ

ଆସନ୍ତାକାଲି ଠାରୁ ସମସ୍ତ ବସ ସେବା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ସମସ୍ତ ବସ ସେବା ବନ୍ଦ ରହିବ । ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ ଚଳାଚଳ ବନ୍ଦ ରହିବ । ଏନେଇ ଆଜି ପ୍ରେସମିଟ୍‌ରେ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଗତକାଲି ସମଗ୍ର ଦେଶରେ “ଜନତା କର୍ଫ୍ୟୁ’ ପାଳନ କରାଯାଇଥିଲା । ଏହାଛଡ଼ା ସଂକ୍ରମଣ ପ୍ରତିହତ କରିବାକୁ ଦେଶର ଅନେକ ରାଜ୍ୟ ମାର୍ଚ ୩୧ ତାରିଖ ଯାଏଁ ଲକଡାଉନ୍ ଆରମ୍ଭ କରିଛନ୍ତି । ଦେଶର ୮୨ଟି ଜିଲ୍ଲାରେ ମଧ୍ୟ ଲକଡାଉନ ଜାରି କରାଯାଇଛି । ତେବେ ରାଜଧାନୀ ଭୁବନେଶ୍ବରରେ ବିନା ପୁଲିସ ପାସରେ ଗଡ଼ିବ ନାହିଁ କୌଣସି ଘରୋଇ ଗାଡ଼ି । ଯେଉଁମାନେ ଗାଡ଼ି ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ । ଭୁବନେଶ୍ବର-କଟକ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ଘୋଷଣା କରିଛନ୍ତି ।
https://onakhabar.com/2020/03/23/private-cars-will-not-roll-on-the-road-without-a-police-pass/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking