29.1 C
Bhubaneswar
Thursday, April 25, 2024
Homeଓଡିଶା୨୪ତାରିଖ ରାତିରୁ ବିମାନ ଚଳାଚଳ ବନ୍ଦ ରହିବ

୨୪ତାରିଖ ରାତିରୁ ବିମାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୧୨ଟାରୁ ସମସ୍ତ ବସ ସେବା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆସନ୍ତାକାଲି ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ସେବା ବନ୍ଦ ରହିବ । କେବଳ ମାଲବାହୀ ବିମାନ ଚାଲୁ ରଖିବାକୁ ବେସାମରିକ ବୀମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ମଧ୍ୟରାତ୍ର ଅର୍ଥାତ ରାତି ୧୨ଟାରୁ ଦେଶ ମଧ୍ୟରେ କୌଣସି ବିମାନ ଚଳାଚଳ କରିପାରିବ ନାହିଁ। ତେଣୁ ବିମାନ କମ୍ପାନୀମାନେ ଆସନ୍ତାକାଲି ରାତି ୧୨ଟା ପୂର୍ବରୁ ହିଁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ବ୍ୟବସ୍ଥା କରିବେ। ଏହାପରେ ଆଉ କୌଣସି ଉଡ଼ାଣ ହେବନାହିଁ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ପାଳନ କାରାଯିବ । ତେବେ ଏହି କଟକଣା ବେଳେ ମାଲବାହୀ ବିମାନ ଗୁଡ଼ିକ ଯଥାରିତ କାର୍ଯ୍ୟ କରିବେ । ଏହାପୂର୍ବରୁ ରବିବାର ଠାରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଥିଲେ । ସେହିପରି ଆସନ୍ତା ୩୧ ତାରିଖ ଯାଏ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଅନ୍ତଃରାଜ୍ୟ ବସ ଚଳାଚଳକୁ ମଧ୍ୟ ରାଜ୍ୟ ସରକାର ବନ୍ଦ କରିଛନ୍ତି।
https://onakhabar.com/2020/03/23/all-bus-services-will-be-closed-from-tomorrow/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking