32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମଦ ପିଇବା ଉପରେ ଲାଗିଲା କଟକଣା; ନ ମାନିଲେ ୬ ମାସ ଜେଲ୍‌

ମଦ ପିଇବା ଉପରେ ଲାଗିଲା କଟକଣା; ନ ମାନିଲେ ୬ ମାସ ଜେଲ୍‌

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ଲାଗି ଆଦର୍ଶ ଆଚାର ସଂହିତା ଲାଗୁ ହେବା ପରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ମଦ ଦୋକାନ ବାହାରେ କିମ୍ବା ଏହାର ଆଖପାଖ ସ୍ଥାନ ସହିତ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ବିକ୍ରେତାଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି କି ଧାର୍ଯ୍ୟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ବି ସ୍ଥାନରେ ମଦ୍ୟପାନ ଯେପରି କରା ନ ଯିବ । ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ସର୍ବସାଧାରଣ ସ୍ଥାନ, ମଦ ଦୋକାନ ବାହାରେ କିମ୍ବା ରାସ୍ତା କଡରେ ମଦ ପିଇବା ଉପରେ ପ୍ରତିବନ୍ଧ ଲଗାଯାଇଛି ।

ସେ କହିଛନ୍ତି ସାର୍ବଜନିକ ସ୍ଥାନରେ ମଦ ପିଇବା ଦ୍ୱାରା ସାଧାରଣ ଜନତା ଅସୁବିଧା ଭୋଗି ପାରନ୍ତି ଓ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ହୋଇଯାଇପାରେ । ଏହାର ଉଲଙ୍ଘନ କଲେ ଜୋରିମାନା ସହିତ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ । ଏଠାରେ ସୂଚାଇ ଦିଆଯାଇପାରେ କି ନିର୍ବାଚନ ସମୟରେ ଯେଉଁ ମଦ ଜବତ କରାଯାଏ ତାହାକୁ ଯଦି ଆଇନଗତ ତରିକାରେ ଅଣାଯାଇଛି ତେବେ ଛାଡିଦିଆଯାଏ କିନ୍ତୁ ବିନା କାଗଜପତ୍ରରେ ଅଣାଯାଇଥିବା ମଦ ଜବତ କରି ଥାନାରେ ରଖାଯାଏ ଓ ପରେ ତାହାକୁ ନଷ୍ଟ କରି ଦିଆଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking