33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶସାଇବର ଠକେଇର ଶିକାର ହେବା ପରେ ଜୀବନ ହାରିଲେ ଛାତ୍ର

ସାଇବର ଠକେଇର ଶିକାର ହେବା ପରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ସାଇବର ଠକେଇର ଶିକାର ହେବା ପରେ ଜୀବନ ହାରିଲେ ଛାତ୍ର । ଅନଲାଇନ ଗେମ ଖେଳୁଖଳୁ ସାଇବର ଠକେଇର ଶିକାର ହେଲେ । ମୋବାଇଲକୁ ଆସିଥିବା ଏକ ଲିଙ୍କରେ କ୍ଲିକ କରିବା ପରେ ୨ଲକ୍ଷ ଟଙ୍କା କଟିଯାଇଥିଲା । ଏହାପରେ ଭୟଭୀତ ହୋଇ ଛାତ୍ରଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନାଲାସୋପରର ଜଣେ ୧୮ବର୍ଷୀୟ ଛାତ୍ର ଆତ୍ମହତ୍ୟା କରଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସର ସୂଚନା ଅନୁଯାୟୀ, ମୃତ ଛାତ୍ର ଏକାଦଶ ଶ୍ରେଣୀରେ ପଢୁଥିଲେ । ସେ ଅନଲାଇନ ଗେମ୍ ଖେଳୁଥିଲେ । ବୁଧବାର ମା’ଙ୍କ ଫୋନ ନେଇ ଅନଲାଇନ ଗେମ୍ ଖେଳୁଥିଲେ । ଏହିସ ସମୟରେ ମୋବାଇଲକୁ ଏକ ଲିଙ୍କ ଆସିଥିଲା ।

ଛାତ୍ରଜଣକ ଅଜାଣତରେ ଲିଙ୍କରେ କ୍ଲିକ କରିବା ପରେ ବାପାଙ୍କ ଆକାଉଣ୍ଟରରୁ ୨ଲକ୍ଷ ଟଙ୍କା କଟିଯାଇଥିଲା ।ଏହାପରେ ମୋଇବାଲକୁ ଟଙ୍କା କଟିଥିବା ନେଇ ଏକ ଏସଏମଏସ ଆସିଥିଲା । ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ । ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ । ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ । ଯଦି ସେ ପୋଲିସକୁ ଯାଇଥାନ୍ତେ, ତେବେ ଠକେଇ ଟଙ୍କା ଉଦ୍ଧାର ହୋଇପାରିଥାନ୍ତା ବୋଲି ପୋଲିସ କହିଛି ।କୀଟନାଶକ ପିଇବା ପରେ ପରେ ପାଟିରୁ ଫେଣ ବାହାରିବା ଆରମ୍ଭ ହେଲା ।

ଏହାଦେଖି ତାଙ୍କ ମା ଏବଂ କିଛି ପଡ଼ୋଶୀ ଯୁବକ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଛାତ୍ର ଜଣକ ଏନେଇ କୌଣସି ନୋଟ୍ ଲେଖିନଥିବା ଜଣାପଡିଛି । ପୋଲିସ କହିଛି ଯେ ସାଇବର ଠକେଇ ଯୋଗୁଁ ଛାତ୍ରଜଣକ ଏଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ତାଙ୍କ ସତ୍ୟାସତ୍ୟ ଜାଣିବା ପାଇଁ ଛାତ୍ରଙ୍କ ଫୋନ୍ ଯାଞ୍ଚ ପାଇଁ ପଠାଯାଇଛି । ଯେଉଁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା, ସେଠାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଏହି ମାମଲା ବର୍ତ୍ତମାନ ପେଲହର ପୋଲିସ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି ଯେଉଁଠାରେ ଛାତ୍ର ତାଙ୍କ ପିତାମାତା ଏବଂ ସାନଭାଇଙ୍କ ସହ ସେ ରହୁଥିଲେ । ପୋଲିସ କହିଛି ଯେ ଛାତ୍ର ଜଣକ ବୋଧହୁଏ ଜାଣି ନଥିଲେ ଯେ ଯଦି ୨୪ ଘଣ୍ଟା ମଧ୍ୟରେ ସାଇବର କ୍ରାଇମ ସେଲକୁ ଏହି ଘଟଣା ବିଷୟକେ ଜଣାଯାଇଥାନ୍ତା, ତେବେ ଠକେଇ ରାଶି ଫେରାଇବାର ସମ୍ଭାବନା ଅଧିକ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking