37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶମହିଳାଙ୍କୁ ଅନାଇବାରୁ ଯୁବକଙ୍କୁ ଛୁରି ଭୁସି ଜୀବନ ନେଇଗଲେ

ମହିଳାଙ୍କୁ ଅନାଇବାରୁ ଯୁବକଙ୍କୁ ଛୁରି ଭୁସି ଜୀବନ ନେଇଗଲେ

ନାଗପୁର : ମହିଳାଙ୍କୁ ଅନାଇବାରୁ ଛୁରି ଭୁସି ଜୀବନ ନେଇଗଲେ । ନାଗପୁରର ଏହି ଘଟଣା ସାମନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଜଣେ ୨୮ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ୨୪ବର୍ଷୀୟା ମହିଳାଙ୍କ ସହ ୨ସହଯୋଗୀଙ୍କୁ ଗିରଫ କରାଯାଇଛି । ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଗତ ଶନିବାର ବିଳମ୍ୱିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ ରଞ୍ଜିତ ରାଠୋଡ । ତାଙ୍କର ୪ଟି ଝିଅ ମଧ୍ୟ ଅଛନ୍ତି । ଶନିବାର ବିଳମ୍ୱିତ ରାତିରେ ରଞ୍ଜିତ ନାଗପୁରର ମନୱାଡା ସିମେଣ୍ଟ ରୋଡରେ ଥିବା ପାନ ଦୋକାନକୁ ସିଗାରେଟ୍ କିଣିବା ପାଇଁ ଯାଇଥିଲେ । ସେହି ସମୟରେ ସେଠାରେ ଅଭିଯୁକ୍ତ ମହିଳା ଜୟଶ୍ରୀ ପନ୍ଧାରେ ଥିଲେ । ରଞ୍ଜିତ ତାଙ୍କୁ ଖରାପ ନଜରେ ଅନାଇଥିବା ସେ ଅନୁଭବ କରିବା ପରେ ବିବାଦ ଆରମ୍ଭ ହୋଇଥିଲା ।

ଜୟଶ୍ରୀ ରଞ୍ଜିତଙ୍କୁ କମେଣ୍ଟ କରିବା ସହ ତାଙ୍କ ଫୋନରେ ସିଗାରେଟ୍ ଧୂଆଁ ଛାଡି ଏକ ଭିଡିଓ ସୁଟ୍ କରିଥିଲେ । ଏଥିସହ ତାଙ୍କୁ ଖରାପ ଭାଷା ପ୍ରୟୋଗ ମଧ୍ୟ କରିଥିଲେ । ଭିଡିଓରେ ଉଭୟଙ୍କ ମଧ୍ୟରେ ଝଗଡା ଓ ପାଟିତୁଣ୍ଡ ହୋଇଥିବା ରେକର୍ଡ ହୋଇଛି । ସେହି ସମୟରେ ଜୟଶ୍ରୀଙ୍କ ସହ ତାଙ୍କ ସାଙ୍ଗ ସବିତା ମଧ୍ୟ ସେଠାରେ ରହିଥିଲେ । ରଞ୍ଜିତ ଏହି ଯୁକ୍ତତର୍କ ପରେ ଜ୍ଞାନେଶ୍ୱର ନଗର ଘରକୁ ଯିବାପାଇଁ ବାହାରିଲେ । ଜୟଶ୍ରୀ ଏଥିରେ ଉତକ୍ଷିପ୍ତ ହୋଇ ୨ଜଣ ସାଙ୍ଗ ଆକାଶ ରାଉତ ଏବଂ ଜିତୁ ଯାଦବଙ୍କୁ ଡାକିଥିଲେ । ରଞ୍ଜିତ ଘରକୁ ଯିବା ବାଟରେ ଲକ୍ଷ୍ମୀନଗରରେ ଅଟକିଥିଲେ । ସେଠାରେ ଜୟଶ୍ରୀ ଓ ତାଙ୍କ ୩ସାଙ୍ଗ ରଞ୍ଜିତଙ୍କୁ ହଠାତ ଆକ୍ରମଣ କରିଥିଲେ । ପ୍ରବଳ ପାଟିତୁଣ୍ଡ ହେବାପରେ ଜୟଶ୍ରୀ ରଞ୍ଜିତଙ୍କୁ ବାରମ୍ୱାର ଛୁରି ଭୁସିଥିଲେ । ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking