32.1 C
Bhubaneswar
Thursday, May 2, 2024
Homeଓଡିଶାକଣାସରେ ସଞ୍ଜୟଙ୍କ ଶକ୍ତି ପ୍ରଦର୍ଶନ 

କଣାସରେ ସଞ୍ଜୟଙ୍କ ଶକ୍ତି ପ୍ରଦର୍ଶନ 

ପୁରୀ : ପ୍ରଥମ ଥର ପାଇଁ ବିଜେଡ଼ିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାଥୀ ହୋଇଛନ୍ତି । ସେହିପରି ବିଜେପିରୁ ଓମ ପ୍ରକାଶ ମିଶ୍ର ପ୍ରାଥୀ ହୋଇଛନ୍ତି । କିନ୍ତୁ କଂଗ୍ରେସ ଏବେ ପ୍ରଯନ୍ତ ତାର ପ୍ରାଥୀ ଘୋଷଣା କରିନାହିଁ । ପୁରୀ ସଂସଦୀୟ କ୍ଷେତ୍ରର ସ୍ୱାଭିମାନ ନିର୍ବାଚନ ମଣ୍ଡଳୀ ହେଉଛି ସତ୍ୟବାଦୀ । ଦୁଇଟି ବ୍ଲକ ଯଥା କଣାସ ଓ ସତ୍ୟବାଦୀକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କଣାସ ବ୍ଲକରେ ହଜାର ହଜାର କର୍ମୀଙ୍କୁ ସାଙ୍ଗରେ ନେଇ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଓ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଶୋଭାଯାତ୍ରା ଆରମ୍ଭ କରିଥିଲେ ।
ଦୁଇ ବରିଷ୍ଠ ନେତା ସଞ୍ଜୟ ଓ ଅରୂପ ପ୍ରଥମେ କଣାସ ବ୍ଳକ୍ ସମ୍ମୁଖରେ ଥିବା ସ୍ଵାଧୀନତା ସଂଗ୍ରାମୀ ଓ ସହିଦୀଙ୍କ ସ୍ମୁତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଣାସ ଅଞ୍ଚଳର ଆରାଧ୍ୟା ଠାକୁରାଣୀ ମା କୁଞ୍ଜେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତ୍ରିଲୋଚନପୁର ବସଷ୍ଟାଣ୍ଡ ଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ବାହାରି କଣାସ କୁଞ୍ଜେଶ୍ୱରୀ ଛକ, ଗୋଲାବଜାର ଛକ, ଜଂକିଆ ଗଡସାହି ଛକ, କୋଟକଣା ଛକ, ବିନ୍ଧଣ ପଞ୍ଚାୟତ, ଖଣ୍ଡହତା ପଞ୍ଚାୟତ ଓ ଆଳିବାଡ଼ ପଞ୍ଚାୟତର ମା ଭଗବତୀ ପୀଠ ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚିଥିଲା । ପରେ ଜଗତ୍ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଶାନ୍ତି ଆନନ୍ଦ ଆଶ୍ରମ କରମଳାରେ ପହଞ୍ଚି ଆଶ୍ରମର ମୁଖ୍ୟ ଆଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଶେଷରେ ଶ୍ରୀ ଦାସବର୍ମା କହିଥିଲେ ଯେ, ସତ୍ୟବାଦୀ ଜନ ସାଧାରଣଙ୍କ ସେବା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଦାୟିତ୍ଵ ଦେଇଛନ୍ତି । ସେହି ଦାୟିତ୍ଵ ଓ କର୍ତ୍ତବ୍ୟକୁ ସମ୍ପାଦନ କରିବା ସହ ସାଧାରଣ ଜନତାଙ୍କ ଆଶୀର୍ବାଦ ଗ୍ରହଣ କରି ମୁଁ ଆଗାମୀ ଦିନରେ ସେମାନଙ୍କର ସୁଖ ଦୁଃଖର ସାଥି ହୋଇ ନିଃସ୍ଵାର୍ଥର ଭାବେ ସେବା କରିବି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଣାସ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ରାଉତ, ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କଣାସ ବ୍ଳକ୍ ବିଜେଡି ସଭାପତି ସୁରେଶ ସାହୁ, ସତ୍ୟବାଦୀ ବ୍ଳକ୍ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସହ ଅନେକ ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking