33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶସମସ୍ତ ସମ୍ପତ୍ତିର ତାଲିକା ଦେବା ପାଇଁ ପ୍ରାର୍ଥୀ ବାଧ୍ୟ ନୁହନ୍ତି : ସୁପ୍ରିମକୋର୍ଟ

ସମସ୍ତ ସମ୍ପତ୍ତିର ତାଲିକା ଦେବା ପାଇଁ ପ୍ରାର୍ଥୀ ବାଧ୍ୟ ନୁହନ୍ତି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ନିର୍ବାଚନୀ ତାରିଖ । ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି । ତେବେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ । ସେ ଏଥିପାଇଁ ବାଧ୍ୟ ନୁହନ୍ତି । ଦାମୀ ତଥା ଲଗ୍‌ଜୁରିୟସ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ । ଏକ ଆବେଦନର ଶୁଣାଣି କରି ଆଜି ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟ । ଭୋଟର୍‌ଙ୍କୁ କୌଣସି ବି ପ୍ରାର୍ଥୀଙ୍କ ପ୍ରତ୍ୟେକ ସମ୍ପତ୍ତି ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ନାହିଁ । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ନିଜର ତଥା ନିଜ ଘର ଲୋକଙ୍କ ନାଁରେ ଥିବା ପ୍ରତ୍ୟେକ ସମ୍ପତ୍ତିର ଖୁଲାସା କରିବା ଦରକାର ନୁହେଁ । ଅପ୍ରାସାଙ୍ଗିକ ପ୍ରସଙ୍ଗରେ ପ୍ରାର୍ଥୀଙ୍କ ପାଖରେ ଗୋପନୀୟତା ଅଧିକାର ରହିଛି ।

କେବଳ ଅଧିକ ମୂଲ୍ୟ ତଥା ବିଳାଶପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଉ ଥିବା ସମ୍ପତ୍ତିର ତାଲିକା ପ୍ରାର୍ଥୀ ପ୍ରକାଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରାର୍ଥୀ ନିଜର ପୋଷାକ, ଜୋତା, ବାସନକୁସନ, ଷ୍ଟେସନାରୀ, ଫର୍ଣ୍ଣିଚର ଭଳି ସମସ୍ତ ସମ୍ପତ୍ତିର ଖୁଲାସା କରିବା ଆବଶ୍ୟକ ନୁହେଁ । ଯଦି ଅତ୍ୟନ୍ତ ଜରୁରୀ ଥାଏ ତେବେ ପ୍ରାର୍ଥୀ ନିଜ ସମସ୍ତ ସମ୍ପତ୍ତିର ତାଲିକା ପ୍ରକାଶ କରିବେ । ଅରୁଣାଚଳରୁ ତେଜୁ ବିଧାନଭାରେ ସ୍ୱାଧୀନ ବିଧାୟକ ଥିବା କାରିଖୋ କ୍ରିଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଅନିରୁଦ୍ଧ ବୋସ୍ ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ତାଙ୍କ ବିଧାୟକ ପଦକୁ କାଏମ ରଖିଛନ୍ତି । ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ବେଳେ କାରିଖୋ କ୍ରି ନିଜ ନାମାଙ୍କନ ପତ୍ରରେ ସମସ୍ତ ସମ୍ପତ୍ତିର ତାଲିକା ପ୍ରକାଶ କରିନଥିଲେ । ନିଜ ପତ୍ନୀ ଓ ପୁଅ ନାଁରେ ଥିବା ତିନୋଟି ଗାଡିର ଖୁଲାସା ସେ କରିନଥିଲେ । ଏହାକୁ ନେଇ ତାଙ୍କ ନିର୍ବଚାନ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking