28.1 C
Bhubaneswar
Friday, May 3, 2024
Homeଓଡିଶାଆଜିର ଅନୁଚିନ୍ତା🛕🎪

ଆଜିର ଅନୁଚିନ୍ତା🛕🎪

🦋ଗୋଟିଏ ଜିନିଷ କେବେ ମଧ୍ୟ ଜୀବନରୁ ଲିଭି ପାରେ ନାହିଁ ଆଉ ତାହା ହେଉଛି ” ସ୍ମୃତି ” ।

🦋ଯଦି ଭଗବାନଙ୍କ ଉପରେ ଭରଷା ଅଛି ତେବେ ଆପଣଙ୍କ ଭାଗ୍ୟରେ ଯାହା ଅଛି ତାହା ଅବଶ୍ୟ ମିଳିବ । ଆଉ ଯଦି ଭରଷା ନିଜ ଉପରେ ଅଛି ତାହେଲେ ଭଗବାନ ସେଇୟା ଦେବେ ଯାହା ଆପଣ ଚାହିଁବେ ।

🦋ଖାଲି ଟଙ୍କା ପଇସାରେ ଖୁସି ନଥାଏ ବେଳେ ବେଳେ ଛୋଟ ଛୋଟ ଇଛାରେ ମଧ୍ୟ ଅନେକ ଖୁସି ଲୁଚି ରହିଥାଏ ।

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ । କାରଣ ସମୟ ଯେ କେତେବେଳେ ପୂର୍ଣ୍ଣଚ୍ଛେଦ ପକାଇବ ତାହା କେହି ଜାଣନ୍ତି ନାହିଁ ।

🦋ସତ୍ୟଯୁଗରେ କିଏ ରାଗିଲେ…
ରାଗରେ ଅଭିଶାପ ଦେଇ ଦେଉଥିଲେ।
କଳିଯୁଗରେ ଏବେ କିଏ ରାଗିଲେ…
ରାଗରେ ସିଧା BLOCK କରି ଦେଉଛନ୍ତି ।
ୟାକୁ ହଁ କୁହନ୍ତି ଡିଜିଟାଲ୍ ଅଭିଶାପ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

ଅଦ୍ୟ ଅଗଷ୍ଟ ମାସ ୦୨ ତାରିଖ ୨୦୨୨ ମସିହା(ମଙ୍ଗଳବାର)*

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୨୯

ସମ୍ବତ୍ସର-ଅନଳ

ଶ୍ରାବଣ-ଶୁକ୍ଳପକ୍ଷ

ତିଥି- ପଞ୍ଚମୀ

ନକ୍ଷତ୍ର- ଉତ୍ତରା ଫା ସଂ ଘ୦୬/୦୭ ପର୍ଯ୍ୟନ୍ତ ତଦନ୍ତେ ହସ୍ତା

ଚନ୍ଦ୍ର- କନ୍ୟା

ଯୋଗ- ଶିବ

କରଣ – ବବ

ସୌରମାସ- କର୍କଟ ୧୭ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୧୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୦୦

ଯୋଗିନୀ ଦକ୍ଷିଣେ

ବୃଷ ରାଶିର ଘାତଚନ୍ଦ୍ର

ମକର ରାଶିର ଘାତବାର

ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା – ଦିବା ଘ ୦୧/୨୯ ଗତେ ଘ୦୩/୦୭ ମଧ୍ୟେ

ବାରବେଳା – ଦିବା ଘ ୦୭/୦୧ ଗତେ ଘ୦୮/୪୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୮/୪୧ ଗତେ ଘ୧୦/୧୫ ମଧ୍ୟେ ଓ ଘ୧୨/୩୬ ଗତେ ଘ୦୧/୨୮ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

ଆଜିର ରାଶିଫଳ꧂🌹🌼

ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ।

✧═════•❁❀❁•═════✧

ବୃଷ : 👉ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

✧═════•❁❀❁•═════✧

ମିଥୁନ : 👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

✧═════•❁❀❁•═════✧

କର୍କଟ: 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।

✧═════•❁❀❁•═════✧

ସିଂହ : 👉ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

✧═════•❁❀❁•═════✧

କନ୍ୟା: 👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।

✧═════•❁❀❁•═════✧

ତୁଳା :👉 ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

✧═════•❁❀❁•═════✧

ବିଛା :👉 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।

✧═════•❁❀❁•═════✧

ଧନୁ : 👉ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।

✧═════•❁❀❁•═════✧

ମକର : 👉ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

✧═════•❁❀❁•═════✧

କୁମ୍ଭ : 👉ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

✧═════•❁❀❁•═════✧

ମୀନ : 👉କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking