33.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଦିବ୍ୟାଙ୍ଗ ହୋଇ ହାର୍ ମାନିନାହାଁନ୍ତି ଅଜୟ

ଦିବ୍ୟାଙ୍ଗ ହୋଇ ହାର୍ ମାନିନାହାଁନ୍ତି ଅଜୟ

ମାଲକାନଗିରି : ପାଠ ପଢ଼ିବି, ବଡ଼ ମଣିଷ ହେବି । ଆଉ ବାପାଙ୍କ ବୋଝକୁ ନିଜ କାନ୍ଧରେ ଉଠାଇବି । ବାପାଙ୍କ ଅସୁବିଧା ସମୟରେ ତାଙ୍କ କାନ୍ଧରେ କାନ୍ଧ ମିଶାଇ ସାହାଯ୍ୟ କରିବି । ଏଭଳି ଭାବନା ପ୍ରାୟ ସମସ୍ତ ସନ୍ତାନଙ୍କର ଥାଏ । ଆଉ ଠିକ୍ ସେହିଭଳି ଆଶା ନେଇ ନିଜକୁ ପ୍ରସ୍ତୁତ କରି ଆସୁଥିବା ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ନିଜର ଗୋଟିଏ ଗୋଡ଼ ହରାଇବା ପରେ ମଧ୍ୟ ପିତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି । ଏଭଳି ଏକ ଘଟଣା ମାଲକାନଗିରି ପୌର ପରିଷଦ ଏମ.ଭି-୪୩ ଗ୍ରାମରେ ଦେଖିବାକୁ ମିଳିଛି ।
ଗ୍ରାମର କ୍ରିଷ୍ଣ ନମୋ ଓ ଅନିମା ନମୋଙ୍କ ଜ୍ୟୋଷ୍ଠ ପୁତ୍ର ହେଉଛନ୍ତି ଅଜୟ ନମୋ (୨୨) । ସେ ଜନ୍ମରୁ ସୁସ୍ଥ ଥିବା ବେଳେ ପରିବାର ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ଗରିବ ପରିବାରରେ ଜନ୍ମ ହୋଇଥିବା ଅଜୟଙ୍କ ପିତା ହାଟ ହାଟ ବୁଲି ପନିପରିବା ବିକ୍ରି କଲେ ପରିବାର ଚଳେ । ହେଲେ ଅଳ୍ପ ଆୟ ସତ୍ତ୍ୱେ କିଛି କରିବାର ସ୍ୱପ୍ନ ନେଇ ଅଜୟ ପାଠପଢ଼ା ପ୍ରତି ଧ୍ୟାନ ଦେଇ ଭଲ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ । ଗତ ୬ ବର୍ଷ ତଳେ ଯୁକ୍ତ ୨ ଶ୍ରେଣୀରେ ପଢ଼ୁଥିବାବେଳେ ଟ୍ୟୁସନରୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗୋଡ଼ ହରାଇବସିଛନ୍ତି । ଫଳରେ ଯୁବା ଅବସ୍ଥାରେ ହୋଇଗଲେ ଦିବ୍ୟାଙ୍ଗ । ତେବେ ଏହି ସମୟରେ କିଛି ବର୍ଷ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । କିନ୍ତୁ ପୁଣି ସେ ପାଠପଢ଼ା ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ, ଏଥିରେ ସେ ଭାଙ୍ଗି ନ ପଡ଼ି ପରିବାର ପାଇଁ ବୋଝ ନ ହୋଇ କିଛି କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ଗୋଟିଏ ଗୋଡ଼ ହରାଇ ସୁଦ୍ଧା ଅଜୟ ହାର ମାନିନାହାଁନ୍ତି । ପରିବାରକୁ ସାହାରା ଦେବା ପାଇଁ ବର୍ତ୍ତମାନ ସେ ଅଣ୍ଟା ଭିଡିଛନ୍ତି । ନିଜ ବାପାଙ୍କୁ  ସମସ୍ତ କ୍ଷେତ୍ରରେ ସାହାଯ୍ୟ କରି ପରିବାର ପାଇଁ ଦାନା ଯୋଗାଡ଼ କରିବାରେ ସହାୟକ ହୋଇପାରିଛନ୍ତି । ତାଙ୍କ ପିତାଙ୍କୁ ପନିପରିବା ଚାଷ କାର୍ଯ୍ୟରେ ହାତ ବଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରି ପରିବାରର ବୋଝକୁ କିଛିକାଂଶରେ ମୁଣ୍ଡାଇବାରେ ସଫଳ ହୋଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଏଭଳି ସ୍ଥିତିରେ ଅଜୟ ସରକାରଙ୍କ ନିକଟରେ ସହାୟତା ପାଇଁ ଗୁହାରି କରିଛି । ସରକାରୀ ସହାୟତା ମିଳିଲେ ସେ ସ୍ୱାବଲମ୍ବୀ ହେବା ସହ ତାଙ୍କ ପରିବାର ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଅଜୟ ପ୍ରକାଶ କରିଛନ୍ତି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking