25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶବିକ୍ରି ହେବ ଏୟାର ଇଣ୍ଡିଆ

ବିକ୍ରି ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ବଡ଼ ବଡ଼ କମ୍ପାନୀ ନିଲାମ ଡାକିଥିବା ସରକାର ବୁଧବାର ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଟାଟା ଗ୍ରୁପ୍‌ ରହିଛି । ଟାଟା ସନ୍ସର ପ୍ରବକ୍ତା ଏନେଇ କହିଛନ୍ତି ଯେ, କମ୍ପାନୀ ଏୟାରଲାଇନ୍‌ ପାଇଁ ନିଲାମ ଡାକିଛି । ନିବେଶ ଏବଂ କର୍ମଚାରୀ ପ୍ରବନ୍ଧନ ବିଭାଗର ସଚିବ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଯେ, ଏୟାର ଇଣ୍ଡିଆରେ ବିନିବେଶ ପାଇଁ ଆର୍ଥିକ ବିଡ୍ ମିଳିଛି । ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ଏଥିରେ ଜଣାଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏୟାରଲାଇନ୍‌ ଏୟାର ଇଣ୍ଡିଆ ନିଜର ଶତ ପ୍ରତିଶତ ଅଂଶଧନରୁ କିଛି ବିକ୍ରି କରିବାକୁ ଚାହୁଁଛି । ଯେଉଁଥିରେ ଏଆଇ ଏକ୍ସପ୍ରେସ୍‌ ଲିମିଟେଡ୍‌ର ଏୟାର ଇଣ୍ଡିଆରେ ଥିବା ୧୦୦ ପ୍ରତିଶତ ଅଂଶ ଏବଂ ଏସ୍‌ଏଟିଏସ୍‌ ଏୟାରପୋର୍ଟ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୫୦ ପ୍ରତିଶତ ଅଂଶ ସାମିଲ ରହିଛି । ଜାନୁଆରୀ ୨୦୨୦ରେ ଆରମ୍ଭ ହୋଇଥିବା ବିନିବେଶ ପ୍ରକ୍ରିୟାରେ କୋଭିଡ୍‌ କାରଣରୁ ବିଳମ୍ୱ ହୋଇଥିଲା । ସରକାର ଏପ୍ରିଲ୍‌ ୨୦୨୧ରେ ନିବେଶ କରିବାକୁ ଚାହୁଁଥିବା କମ୍ପାନୀ ଗୁ଼ଡ଼ିକୁ ବିଡ୍‌ ଡାକିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking