33.1 C
Bhubaneswar
Saturday, April 27, 2024
Homeଓଡିଶାବିଜେପି ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏବଂ ସ୍ଥାନୀୟ ସମସ୍ୟାକୁ ନେଇ ବ୍ୟାପକ ଗଣ ଆନ୍ଦୋଳନ...

ବିଜେପି ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏବଂ ସ୍ଥାନୀୟ ସମସ୍ୟାକୁ ନେଇ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ସି. ପି. ଆଇ (ଏମ )ର ଆହ୍ୱାନ

ଯାଜପୁର : ସ୍ଥାନୀୟ ଭୀମସେନ ପ୍ୟାଲେସ ଯାଜପୁର ରୋଡ଼ ଠାରେ ସି ପି ଏମ ଜିଲ୍ଲା ସମ୍ପାଦକ ମଣ୍ଡଳୀ ନେତା ସାଥି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ମିଳନୀ ର ଲାଲ ପତାକା କୁ ପାର୍ଟି ର ବୟୋଜ୍ୟେଷ୍ଟ ସାଥି ଅମୁଲ୍ୟ କୁମାର ସାମଲ ଉତ୍ତୋଳନ କରିବାପରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ, ସମସ୍ତ ପ୍ରତିନିଧି ମାନେ ଅମର ଶହୀଦ ଅମର ରହେ ସ୍ଲୋଗାନ ମାରି ଶହୀଦ ବେଦିରେ ପୁଷ୍ପ ମାଲ୍ୟ ଦେଇ ସମ୍ମିଳନୀ କକ୍ଷ କୁ ପ୍ରବେଶ କରିଥିଲେ । ସାଥି ପ୍ରଫୁଲ୍ଲ ନାୟକ, ଡ଼ଃ ନିର୍ମଳ ରଥ, ଓ ଲାଲମଣି ମୁଣ୍ଡା ଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସମ୍ମିଳନୀ କୁ ପରିଚାଳନା କରିଥିଲେ । 10ମ ଯାଜପୁର ଜିଲ୍ଲା ସମ୍ମିଳନୀ କୁ ସି ପି ଆଇ ଏମ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ସନ୍ତୋଷ ଦାସ ଉଦଘାଟନ କରି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ!ପରେ ଜିଲ୍ଲା ସମ୍ପାଦକ ବିଜୟ କୁମାର ନାୟକ 3 ବର୍ଷ ର ରାଜନୈତିକ ଓ ସାଙ୍ଗଠନିକ ଚିଠା ରିପୋର୍ଟ କୁ ଉପସ୍ଥାପନ କରିଥିଲେ!ଜିଲ୍ଲାର ଯାଜପୁର ରୋଡ, ସୁକିନ୍ଦା, ବୁବନେଶ୍ୱର ପୁର ଓ ଦଶରଥ ପୁର ବ୍ଲକ ର 12ଜଣ ସାଥି ଉକ୍ତ ରିପୋର୍ଟ ଉପରେ ଆଲୋଚନା କରି ମତାମତ ରଖିଥିଲେ!ସମ୍ମିଳନୀ ରେ ସାମ୍ପ୍ରଦାୟିକତାବାଦ ଓ ତ୍ରିପୁରା ରେ ବି ଜେ ପି ସରକାର ସି ପି ଏମ କାର୍ଯ୍ୟାଳୟ ପୋଡିବା ଓ ନରସଂହାର ବିରୁଦ୍ଧରେ ଓ ବ୍ୟାପକ ଘରୋଇକରଣ ବିରୁଦ୍ଧରେ 2ଟି ପ୍ରସ୍ତାବ ପ୍ରଫୁଲ୍ଲ ନାୟକ ଆଗତ କରିଥିଲେ । ଉକ୍ତ ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହିଳାନେତ୍ରୀ ପୁଷ୍ପା ଦାସ ଉଦଯାପନୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ!ଅଭ୍ୟାତ୍ରର୍ଥନା କମିଟି ର ଚେୟାରମ୍ୟାନ ସାଥି ପ୍ରଫୁଲ୍ଲ ନାୟକ ସମସ୍ତ ପ୍ରତିନିଧି ଓ ରାଜ୍ୟ ନେତୃବୃନ୍ଦ ଙ୍କୁ ଅଭ୍ୟର୍ଥନା କମିଟି ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ, ସାଥି ନିର୍ମଳ ରଥ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ!ରାଜ୍ୟ ନେତୃବୃନ୍ଦ ତାଙ୍କ ବକ୍ତବ୍ୟ ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ବି ଜେ ପି ସରକାର ଦେଶରେ ଯେଉଁ ଜନବିରୋଧୀ ନୀତି ମୁଖ୍ୟତ ଶ୍ରମିକ ବିରୋଧୀ କଳା ଆଇନ କୃଷକ ବିରୋଧୀ 3ଟି ନୂତନ କୃଷି ବିଲ ଆଣିଛନ୍ତି ତାହା ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥା ସପକ୍ଷରେ ଏହି ସମୟ ମଧ୍ୟରେ ନିତ୍ୟାବଶ୍ୟକୀୟ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ 1000ଟଙ୍କା ହେବା ଏବଂ କରୋନା ର 20 ମାସ ମଧ୍ୟରେ ଯେତେବେଳେ ସାଧାରଣ ଗରିବ ମଧ୍ୟବିତ୍ତ ଙ୍କର ଅର୍ଥନୈତିକ ମେରୁଦଣ୍ଡ ଭାଂଗିପଡ଼ିଛି ସେତେବେଳେ ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଙ୍କ ର ସମ୍ପତ୍ତି 100 ଗୁଣରୁ ଅଧିକ ହୋଇଛି!ଘରୋଇକରଣ ପକ୍ରିୟା ବ୍ୟାପକ ହେବାରେ ଲାଗିଛି ରେଳ ପ୍ରତିରକ୍ଷା, କୋଇଲା, ଖଣି, ବୀମା ଇସ୍ପାତ ଏୟାରଲାଇନ ପ୍ରଭୁତି ଆଦି ଶାଗ ମାଛ ମୂଲ୍ୟରେ ଘରୋଇ କମ୍ପାନୀ କୁ ବିକ୍ରି କରାଯାଉଛି । ଯାଜପୁର ଜିଲ୍ଲାର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କୁ ଘରୋଇକରଣ କରିବା ବିରୁଦ୍ଧରେ ମିଳିତ ଆନ୍ଦୋଳନ କରିବାକୁ ଆହ୍ୱାନ କରିଥିଲେ!ସଭାପତି ପ୍ରଫୁଲ୍ଲ ନାୟକ ନିଜର ବକ୍ତବ୍ୟ ରେ ଆଗାମୀ ଦିନରେ ଯାଜପୁର ଜିଲ୍ଲାର ଆଞ୍ଚଳିକ ସମସ୍ୟା ମୁଖ୍ୟତ ଯାଜପୁର ରୋଡ କୁ ସବଡ଼ିଭିଜନ ଘୋଷଣା କରିବା, ଯାଜପୁର ରୋଡ଼ ଧାମରା ରେଳପଥ ନିର୍ମାଣ କରିବା, ରେଲୱେ ଡିଭିଜନ ପ୍ରତିଷ୍ଠା କରିବା, ଟାଟା ପାୱାର ର ବିଦ୍ୟୁତ ଉପଭୋକ୍ତା ଙ୍କ ଉପରେ ଜୁଲମ ର ପ୍ରତିବାଦ କରିବା, ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେବା ପ୍ରଭୃତି ଦାବି ନେଇ ଆଗାମୀ ଦିନରେ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ୱାନ କରିଥିଲେ!ଏକ ନୂତନ 9ଜଣିଆ ଜିଲ୍ଲା କମିଟି ସମ୍ମିଳନୀ ନିର୍ବାଚିତ କରିଛି!ବିଜୟ ନାୟକ, ପ୍ରଫୁଲ୍ଲ ନାୟକ, ନିର୍ମଳ ରଥ, ଗଣେଶ ସାହୁ, ଲାଲ ମଣି ମୁଣ୍ଡା, ଅମୁଲ୍ୟ ସାମଲ, ସୁରେଶ ସାହୁ, ସାଧୁ ଚରଣ ଷଡ଼ଙ୍ଗୀ ଓ ନୃସିଂହ ବେହେରା ଏବଂ ବିଜୟ ନାୟକ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି!ଅଭ୍ୟର୍ଥନା ସମିତି ପକ୍ଷରୁ ସାଥି ଦିଲ୍ଲୀପ କୁମାର ଦାସ, ବେବିନା ଜେନା, ବିଜୟା ଲଷ୍ମୀ ମହାନ୍ତି ସନ୍ତୋଷ ବରାଳ, ଗୟାଧର ବେହେରା,ସତ୍ୟଜିତ ସାହୁ, ସୁରେଶ ବାରିକ, ମାଳତୀ ଟୁଡୁ, ମମତା ମହାନ୍ତି, ସୀତା ସୋରେନ ଓ କାପାରା ମୁର୍ମୁ,ପ୍ରମୁଖ ସମ୍ମିଳନୀ ର ସଫଳତା ପାଇଁ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking