30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାଲିବାନର ଉଗ୍ର ରୂପ : ଆମଦାନୀ ଓ ରପ୍ତାନୀକୁ ନେଇ ଭାରତ ଉପରେ ଲଗାଇଲା କଟକଣା

ତାଲିବାନର ଉଗ୍ର ରୂପ : ଆମଦାନୀ ଓ ରପ୍ତାନୀକୁ ନେଇ ଭାରତ ଉପରେ ଲଗାଇଲା କଟକଣା

ନୂଆଦିଲ୍ଲୀ : ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘଦୀନ ଧରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । କିନ୍ତୁ ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ର ରୂପ ଦେଖିବାକୁ ମିଳିଛି । ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲଗାଇଛି ତାଲିବାନ୍ । ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନ ଡା. ଅଜୟ ସହାୟ ଏନେଇ ସୂଚନା ଦେଇଛନ୍ତି । ତାଲିବାନ୍ ପକ୍ଷରୁ ସମସ୍ତ କାର୍ଗୋ ମୁଭମେଣ୍ଟକୁ ତାଲିବାନ୍ ରୋକି ଦେଇଛି । ତେବେ ଭାରତର ସାମଗ୍ରୀ ମୁଖତଃ ପାକିସ୍ତାନ ଦେଇ ଆଫଗାନିସ୍ତାନ ଯାଇଥାଏ । କିନ୍ତୁ ବର୍ତ୍ତମାନ ପାଇଁ ତାଲିବାନ୍ ଏହାକୁ ବନ୍ଦ ଦେଇଛି । ବ୍ୟବସାୟୀ କ୍ଷେତ୍ରରେ ଆଫଗାନିସ୍ତାନର ସବୁଠାରୁ ବଡ଼ ପାର୍ଟନର ଭାରତ ହୋଇଥିବା ବେଳେ ୨୦୨୧ ବର୍ତ୍ତମାନ ସୁଦ୍ଧା ଭାରତର ରପ୍ତାନୀ ୮୩୫ ବିଲିୟନ ଡଲାର ଥିଲା । ସେହିପରି ଆମଦାନୀ ୫୧୦ ବିଲିୟନ ଡଲାର ଥିଲା। ବର୍ତ୍ତମାନର ରପ୍ତାନୀ ଆମଦାନୀ ବନ୍ଦ ହେବା ପରେ ଦେଶରେ ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିବାକୁ ଯାଉଥିବା ତାଲିବାନକୁ ଶକ୍ତ ଧକ୍କା ଲାଗିଛି । ହଜାରେ କୋଟି ଡଲାରର ଆଫଗାନ ମୁଦ୍ରା ଭଣ୍ଡାରକୁ ବନ୍ଦ କରିଛି ଆମେରିକା । ଆଫଗାନର ଯେଉଁ ସବୁ ସମ୍ପତ୍ତି ରିଜର୍ଭ ବ୍ୟାଙ୍କରେ ରହିଛି, ତାହା ତାଲିବାନକୁ ଦିଆଯିବ ନାହିଁ ବୋଲି ଆମେରିକା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking