37.1 C
Bhubaneswar
Sunday, May 5, 2024
Homeଓଡିଶାଦୀର୍ଘ ମାସ ପରେ ମାର୍କେଟରେ ଡ୍ରେନେଜ ସମସ୍ୟାକୁ ଦୂର କଲା ଆରଏସପି

ଦୀର୍ଘ ମାସ ପରେ ମାର୍କେଟରେ ଡ୍ରେନେଜ ସମସ୍ୟାକୁ ଦୂର କଲା ଆରଏସପି

ରାଉରକେଲା:  ଦକ୍ଷିଣ ରାଉରକେଲାର ସାରନଗରୀ ସ୍ଥିତ ଚିପ୍‌ଟାଇପ ମାର୍କେଟରେ ଦୀର୍ଘ ମାସ ହେଲା ଡ୍ରେନେଜ ସମସ୍ୟା ଲାଗି ରହିବା ଦେଖିବାକୁ ମିଳିଥିଲା । ଏହି ସମସ୍ୟା ନେଇ ସେଠାକାର ଦୋକାନୀ ମାନଙ୍କ ସମେତ ଉକ୍ତ ମାର୍କେଟକୁ ଆସୁଥିବା ଗ୍ରାହକ ମାନଙ୍କୁ
ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବାରମ୍ବାର ଏହି ସମସ୍ୟାକୁ ନେଇ ଆରଏସପି ସହରସେବାର ଦୃଷ୍ଟି ଆକର୍ଷଣ କରାଯିବା ସହ ବିଭିନ୍ନ ଗଣମାଧ୍ୟମରେ ଡ୍ରେନେଜ ସମସ୍ୟା ନେଇ ଖବର ପ୍ରକାଶିତ ହେବା ପରେ ଆରଏସପି ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ଡ୍ରେନେଜ ସଫେଇକରଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରକାଶ ଥାଉକି, ଚିିପଟାଇପ ମାର୍କେଟର ଉଭୟ ପାଶ୍ୱର୍ରେ ଦୋକାନ ଘର ଗୁଡ଼ିକ ରହିଛି । ମାତ୍ର ସାମାନ୍ୟ ବର୍ଷା ହେଲେ ନାଳ ପୂର୍ଣ୍ଣ ହେବା ପରେ ରାସ୍ତାରେ ନାଳ ପାଣି ବୋହିବା ଦେଖିବାକୁ ମିଳେ ।

ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା କାରଣରୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଥାଏ । ରାସ୍ତାରେ ଅଳିଆ ଆବର୍ଜନା ଭାସିବା ଯୋଗୁ ସ୍ୱାଭାବିକ ଭାବେ ଏକ ପ୍ରକାର ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ନଜରକୁ ଆସେ । ଦୀର୍ଘ ମାସ ହେବ ଏହି ସମସ୍ୟାରେ ଏହି ମାର୍କେଟର ଦୋକାନୀ ମାନେ ସନ୍ତୁଳି ହେବା ପରେ ଆରଏସପିର ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆରଏସପି ସହରସେବା ବିଭାଗ ପକ୍ଷରୁ ନାଳ ଗୁଡ଼ିକ ଉପଯୁକ୍ତ ଭାବେ ସଫା କରାଯିବା ସହ ଜଳ ନିଷ୍କାସନ ଯେପରି ସହଜରେ ହୋଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଆରଏସପି ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ଥାନୀୟ ଦୋକାନୀବୃନ୍ଦ ଓ ସାଧାରଣ ଜନତା ସ୍ୱାଗତ କରିଥିବା ଜଣାପଡ଼ିଛି ।

ବେପାର ମାନ୍ଦା, ଚିନ୍ତାରେ ରାଉରକେଲାର ବହୁ ଡେକୋରେଟର!

ରାଉରକେଲା:  କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ବିନା ତୋରଣ, ଆଲୋକ ସଜ୍ଜା ବିନା ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳରେ  ମା’ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯିବ । ଗୋଟିଏ ପଟେ ପୂଜା ଜାକଯମକରେ ଆୟୋଜନ କରାଯାଉ ନଥିବା ବେଳେ, ଏହାର  ସିଧାସଳଖ ପ୍ରଭାବ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବହୁ ଡେକୋରେଟେର ସଂସ୍ଥାର ମାଲିକଙ୍କ
ଉପରେ ପଡ଼ିଛି! ପାର୍ବଣ ରୁତୁରେ ପୂଜା ପେଣ୍ଡାଲ ଗୁଡ଼ିକରୁ ଆୟ କରୁଥିବା ଏଭଳି ଡେକୋରେଟର ମାନେ ବର୍ତମାନ ଏକ ପ୍ରକାର  ହାତ ବାନ୍ଧି ବସିଛନ୍ତି । ବେପାର ଗତ ବର୍ଷ ଭଳି ମାନ୍ଦା ଥିବା ଯୋଗୁ ବହୁ ଡେକୋଟେରର ଚିନ୍ତାଗ୍ରସ୍ତ ଅବସ୍ଥାରେ ଥିବା ଦେଖିବାକୁ
ମିଳୁଛି । କରୋନା ମହାମାରୀ କିପରି ଦୂରେଇ ଯିବ ଏହାକୁ ନେଇ ମା’ ଠାରେ ଗୁହାରି ଜଣାଇଛନ୍ତି ।

ସାରନଗରୀ ଅଂଚଳର ଜଣାଶୁଣା କାଳିଆ ଡେକୋରେଟରର ମାଲିକ ଖଗେଶ୍ୱର ଦାଶଙ୍କ କହିବା ଅନୁଯାୟୀ,  ଗତ ବର୍ଷ ପରି ଚଳିତ ବର୍ଷ ମହାମାରୀ କରୋନା ସବୁ କିଛି ଉଜାଡ଼ି ଦେଲା । କୌଣସି ପୂଜା ପେଣ୍ଡାଲରେ ଆକର୍ଷଣୀୟ ତୋରଣ ନିର୍ମାଣ ହେଉନଥିବାରୁ ହାତରେ ଆଦୌ କାମ ନାହିଁ । ବ୍ୟବସାୟ ଏକ ପ୍ରକାର ମାନ୍ଦା ପଡ଼ି ଯାଇଛି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ବାଲିଯୋଡ଼ି ଅଂଚଳର ତାରିଣୀ ଡେକୋରେଟର ସତ୍ୱାଧିକାରୀ ବନ ବିହାରୀ ରଥ(ଟୁଲୁ)ଙ୍କ କହିବା ଅନୁଯାୟୀ, ତୋରଣ ଓ ଆଲୋକ ସଜ୍ଜା ବିନା ଦୁର୍ଗାପୂଜାର ରଙ୍ଗ ଫିକା ପଡ଼ିବ, ତଥାପି ପୂଜା ପେଣ୍ଡାଲ ଗୁଡ଼ିକରେ ମା’ଙ୍କ ୪ ଫୁଟର ମୁଣ୍ମୟୀ ମୂର୍ତି ଅବା ଫଟୋର ରିତିନୀତୀ ଅନୁଯାୟୀ ଆବାହନ କରାଯିବ । ଡେକୋରେଟର ମାନଙ୍କ ହାତରେ କାମ ନଥିବାରୁ ଏହି ସଂସ୍ଥା ମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।

ଆରଏସପିରୁ ସ୍କ୍ରାପ ଚୋରି, ଯୁବକ ଗଲା ଜେଲ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସପି)ରୁ ଚୋରି କରିବା ଅଭିଯୋଗରେ ଟାଙ୍ଗରପାଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ଦେଓଗାଁ ଅଂଚଳର ଶୁକ୍ରା ଓରାମ । ପୁଲିସ ସଂକ୍ତୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ,ଗତ ବୁଧବାର ପୂର୍ବାହ୍ନରେ ଶୁକ୍ରା ଆରଏସପି ପରିସରରୁ ସ୍କ୍ରାପ କୌଶଳକ୍ରମେ ଚୋରି କରି ନେଉଥିବା ବେଳେ ସିଆଇଏସଏଫ ଯବାନଙ୍କ ହାତରେ ଧରା ପଡ଼ିଥିଲେ । ଶୁକ୍ରା ପାଖରୁ ୧୦ କିଲୋ ଓଜନର ସ୍କ୍ରାପ ସାମଗ୍ରୀ ଜବତ କରି ସିଆଇଏସଏଫ କର୍ମୀ ଟାଙ୍ଗରପାଲୀ ପୁଲିସକୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking