28.1 C
Bhubaneswar
Friday, April 26, 2024
Homeଓଡିଶାନୟାଗଡ଼ ମାଓ ହମଲା ଘଟଣା :  ଦୁଇ ମାଓନେତା ନିର୍ଦ୍ଦୋଷରେ ଖଲାସ

ନୟାଗଡ଼ ମାଓ ହମଲା ଘଟଣା :  ଦୁଇ ମାଓନେତା ନିର୍ଦ୍ଦୋଷରେ ଖଲାସ

ନୟାଗଡ଼: ବହୁଚର୍ଚ୍ଚିତ ୨୦୦୮ ଫେବ୍ରୁଆରୀ ୧୫ ନୟାଗଡ଼ ମାଓବାଦୀ ଆକ୍ରମଣ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ୨ ମାଓ ନେତା। ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ଆଦି ୨ଟି ପୃଥକ ମାମଲାରେ ମାଓନେତା ଆଜାଦ ଓ ସବ୍ୟସାଚି ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ଗୁରୁବାର ଉଭୟଙ୍କୁ କଡ଼ା  ସୁରକ୍ଷା ଭିତରେ ନୟାଗଡ଼ କୋର୍ଟରେ ହାଜର ହୋଇଥିବାବେଳେ ଦୁଇଟି ମାମଲାର ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ନୟାଗଡ଼ ଦୌରାଜଜ୍ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି ।

ମାଓ ଆକ୍ରମଣ ଘଟଣାରେ ସାମିଲ ଥିବା ନେଇ ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ଟି ମାମଲା ଓ ତାଙ୍କର ସହଯୋଗୀ ବି.କେଶବ ରାଓ ଓରଫ ଆଜାଦ୍ ନାମରେ ୯ଟି ମାମଲା ରୁଜୁ ହୋଇଥିଲା ।  ତେବେ ଅନ୍ୟ ବିଚାର ପାଇଁ ସେମାନଙ୍କୁ ନୟାଗଡ଼ ଉପକାରାଗାରରେ ରଖାଯାଇଛି । ଆସନ୍ତାକାଲି ଦଶପଲ୍ଲା ଥାନାରେ ରୁଜୁ ହୋଇଥିବା ଗାଡ଼ି ଅପହରଣ ମାମଲାର ଶୁଣାଣି କରାଯିବ । ଏନେଇ ମାଓନେତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅମିୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପ୍ରକାଶଥାଉକି ଗତ ୨୦୦୮ ମସିହା ଫେବୃଆରୀ  ୧୫ ତାରିଖରେ ୩ଶହରୁ ଊର୍ଦ୍ଧ୍ୱ ମାଓବାଦୀ ନୟାଗଡ଼ ଥାନା,ପୁଲିସ ବାରାକ୍‌, ପିଟିଏସ୍‌, ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନା ଉପରେ ଏକାସମୟରେ ଆକ୍ରମଣ କରିଥିଲାବେଳେ ଆକ୍ରମଣରେ ୧୫ଜଣ ପୁଲିସ ଓ ଜଣେ ସାଧାରଣ ଲୋକ ନିହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking