38.1 C
Bhubaneswar
Friday, April 26, 2024
Homeଓଡିଶାକୋରାଇ ଆଦର୍ଶ ବିଦ୍ୟାଳୟ ର ଅବ୍ୟବସ୍ଥା କୁ ନେଇ ଅଭିଭାବକ ଓ ବୁଦ୍ଧିଜିବୀ ମହଲ ରେ...

କୋରାଇ ଆଦର୍ଶ ବିଦ୍ୟାଳୟ ର ଅବ୍ୟବସ୍ଥା କୁ ନେଇ ଅଭିଭାବକ ଓ ବୁଦ୍ଧିଜିବୀ ମହଲ ରେ ଅସନ୍ତୋଷ

ଯାଜପୁର : ଜିଲ୍ଲା ରେ ୧0 ବ୍ଲକ ରେ ମେଧା ଛାତ୍ର ଛାତ୍ରୀ ମାନଂକ ପାଇଁ ଉନ୍ନତ ମାନ ର ପାଠ ଯୋଗାଇ ପାଇଁ ସରକାର ଆଦର୍ଶ ବିଦ୍ୟାଳୟ ସହ ଚକାଚକ ସ୍କୁଲ ଗୃହ ନିର୍ମାଣ କରିଛନ୍ତି | କିନ୍ତୁ ସ୍କୁଲ ରେ ଶିକ୍ଷକ ଙ୍କ ପଦବୀ ଖାଲି ପଡି ରହିଛି | ତାହା ଅବିବାହକ ଓ ବୁଦ୍ଧି ଜୀବି ଙ୍କ ମନ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ! ଏହି ଅଶୋନ୍ତୋଷ ଦେଖିବା କୁ ମିଳିଛି କୋରାଇ ଆଦର୍ଶ ବିଦ୍ୟାଳୟ ରେ |
ଏହି କୋରାଇ ଆଦର୍ଶ ବିଦ୍ୟାଳୟ : ହଷ୍ଟେଲ ନାହିଁ କି ପାଠ୍ୟ ପୁସ୍ତକ ଏ ପର୍ଯନ୍ତ ଯୋଗାଇ ଦେଇ ପାରୁନାହାନ୍ତି |
ଗ୍ରାମାଂଚଳର ଗରିବ ମେଧାବୀ ଛାତ୍ର ଛାତ୍ରୀ ସି.ବି.ଏସ.ଇ ଢାଞ୍ଚା ରେ ଶିକ୍ଷା ଦାନ ପାଇଁରାଜ୍ୟ ସରକାର ସ୍ଥାପନ କରିଛନ୍ତି ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ପ୍ରତ୍ୟେକ ବ୍ଲକସ୍ତରରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି । ଏହି ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଦ୍ୱାଦଶ ଯାଏ ପାଠ ପଢା ଯାଏ । ଏହି ବିଦ୍ୟାଳୟରେ ପଢିବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପିଲାଙ୍କୁ ଗ୍ରହଣ କରାଯାଏ । ପ୍ରତ୍ୟେକ ଶ୍ରେଣୀରେ ୨ଟି ସେକସନ ପାଇଁ ୮୦ଜଣ ଉତୀର୍ଣ୍ଣ ପିଲାମନଙ୍କୁ ପଢାଯାଇଥାଏ । ୬ଷ୍ଠରୁ ୮ମ ପର୍ଯନ୍ତ ସବୁପିଲା ଓ ୯ମ, ୧୦ମ ଶ୍ରେଣୀର ଆଦିବାସୀ ଓ ଦଳିତ ବର୍ଗର ପିଲାଙ୍କୁ ସରକାର ସିବିଏସଇ ଡାଞ୍ଚା ରେ ସମସ୍ତ ପାଠ୍ୟ ପୁସ୍ତକ ମାଗଣା ରେ ଯୋଗାଇ ଥାନ୍ତି ।
ପ୍ରତିବର୍ଷଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଥିଲା ବେଳେ କୋରାଇ ବ୍ଲକର ବେଗନାଠାରେ ଥିବା ‘ଓଡିଶା ଆଦର୍ଶ ବିଦ୍ୟାଳୟ’କୁ ସରକାରଙ୍କ ପକ୍ଷରୁ ମିଳିନି ଏପର୍ଯ୍ୟନ୍ତ କୌଣସି ପାଠ୍ୟପୁସ୍ତକ । ବିଦ୍ୟାଳୟ ପକ୍ଷରୁ ୬ଷ୍ଠରୁ ୯ମଯାଏ ପାସ ପାଲାଙ୍କ ଠାରୁ ପୁସ୍ତକ ଆଣି ପ୍ରମୋସନ ପାଇଥିବା ୬ଷ୍ଠରୁ ୯ମପିଲାଙ୍କୁ ବହି ଦିଆଯାଇଛି । ଏପରି ଅଦଳବଦଳ କରି ପିଲାଙ୍କୁ ବହି ଯୋଗଯାଉଥିବ ଆଦର୍ଶ ବିଦ୍ୟାଳୟର ଆଦର୍ଶରେ ଆଂଚ ଆସୁଛି ବୋଲି କେତେକ ଅଭିଭାବକଙ୍କ ଓ ବୁଦ୍ଧି ଜିବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି !
ସିଲାବସ ଅନୁଯାଇ ସମସ୍ତ ପାଠ୍ୟ ପୁସ୍ତକ ସମେତ ଖାତା, ପୋଷାକ, ଜୋତା, ମୌଜା ଆଦି ସରକାର ସବୁ ମାଗଣାରେ ଶିକ୍ଷାବର୍ଷ ଆରମ୍ଭ ରୁ ହିଁ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦେଇଥାନ୍ତି । ଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଥିଲାବେଳେ ଏବେ ଆସି ଜୁନ ମାସ ହେଲା ; ହେଲେ କୋରାଇ ର ଓଡିଶା ଆଦର୍ଶ ବିଦ୍ୟାଳୟକୁ ପାଠ୍ୟ ପୁସ୍ତମଳିଲାନି । ଏଥିମଧ୍ୟରେ ପାଠପଢା ୨ମାସ ଅତିବାହିତ ହୋଇ ଯାଇଥିବାରୁ ଛାତ୍ର ଛାତ୍ରୀ ଅ ଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କ୍ରମକରେ ଉତୀର୍ଣ୍ଣ ହୋଇଥିବା ୭ମ, ୮ମ ,୯ମ , ୧୦ମ ପିଲାଙ୍କଠାରୁ ପୁରୁଣା ବହି ମଗାଇ ବିଦ୍ୟାଳୟର ନୂତନ ଶ୍ରେଣୀରେ ପଢିବାକୁ ଥିବା ଛାତ୍ରା ଅଭିଭାବକଙ୍କୁ ବିଦ୍ୟାଳୟ କୁ ଡାକି ବହି ବଂଟନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ମହାମାରୀ କରୋନା ଲାଗି ପିଲାମାନେ ବିଦ୍ୟାଳୟକୁ ନ ଆସି ସେମାନଙ୍କ ଘରକୁ ଯାଇ ଶିକ୍ଷକମାନେ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।
ହେଲେଏହି ଆଦର୍ଶ ବିଦ୍ୟାଳୟରେ ନୂଆବହି ପ୍ରଦାନ କରାଯିବା ପରିବର୍ତ୍ତେ ପୁରୁଣାବହି ଦେବାକୁ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଙ୍କୁ ବିଦ୍ୟାଳୟ କୁ ଡାକି ବଂଟନ କରାଯାଇଛି । ଘଟଣା କୁ କେତେକ ଅଭିଭାବକ ନାପସନ୍ଦ କରିଥିଲା ବେଳେ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଯୋଜନା ସଠିକ ଭାବେ ପରିଚାଳିତ ହୋଇ ପାରୁନଥିବା ଏହିଘଟଣାରୁ ହିଁ ସୂଚିତ ହେଉଛି । ଅନ୍ୟ ପକ୍ଷରେ ଆଦର୍ଶ ବିଦ୍ୟାଳୟରେ ପିଲାମାନେ ମାଗଣା ରେ ହଷ୍ଟେଲରେ ରହି ପାଠ ପଢିବାର ବ୍ୟବସ୍ଥା କରାଯାଇଛି । ହେଲେ କୋରଇର ଓଡିଶା ଆଦର୍ଶ ବିଦ୍ୟାଳୟ ୪ବର୍ଷ ହେଲା ସ୍ଥାପିତହୋଇ ଥିଲେ ହେଁ ଏଠାରେ ହଷ୍ଟେଲର ସୁବିଧା ନିାହିଁ । ଯାହାଫଳ ରେ ବ୍ଳକ ର ବହୁ ଦୂରଦୂରାନ୍ତରୁ ପିଲାମାନେ ନିୟମିତ ଆସି ପାଠ ପଢିବା ବହୁ ବ୍ୟୟ ସାପେକ୍ଷହୋଉଛି । ଯାହାଫଳରେ ଗରିବ ମେଧାବୀ ପିଲାଙ୍କ ପକ୍ଷରେ ସମ୍ଭବହୋଇ ପାରୁନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷିତିଶ କୁମାର ପଣ୍ଡାଙ୍କୁ ପଚାରିବାରୁ ଆମ ଜିଲ୍ଲା ଲକଡାଉନର ହୋଇ ଥିବାରୁ ଆମକୁ ବହି ଯୋଗାଇ ବାକୁଥିବା ଠିକାସଂସ୍ଥା ଭୁବନେଶ୍ୱରର ଶ୍ରୀ ରାମ ବୁକ୍ସ ଷ୍ଟୋର ଅଦ୍ୟାବଧି ବହିଯୋଗାଇ ପାରି ନାହାନ୍ତି | ଫଳରେ ପିଲାଙ୍କ ପଠା ରେ ବ୍ୟାଘାତ ନହେବା ପାଇଁ ଆମେ ଆମ ପୁରୁଣା ପିଲାଙ୍କ ଠୁ ବହି ମଗାଇ ନୂଆ ଶ୍ରେଣୀର ପିଲାଙ୍କୁ ଦେଇଛୁ । ବହିଆସିଲେ ନୂଆ ବହି ସେମାନଙ୍କୁ ଦିଆ ଯିବ ବୋଲି କହିଛନ୍ତି ! ଚଳିତବର୍ଷ ୧୦ଶ୍ରେଣୀ ଖୋଲିଥିବାରୁ ପ୍ରଥମ ପର୍ଯ୍ୟାୟରେ ବାଳିକାମାନଙ୍କ ପାଇଁ ହଷ୍ଟେଲ ଖୋଲାଯିବାର ସମ୍ଭବନା ରହିରହିଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇ ଛନ୍ତି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking