40.1 C
Bhubaneswar
Thursday, April 25, 2024
Homeଓଡିଶାରଥଯାତ୍ରାରେ ସେବାୟତ ପିନ୍ଧିବେ ବୟନିକା ମାସ୍କ

ରଥଯାତ୍ରାରେ ସେବାୟତ ପିନ୍ଧିବେ ବୟନିକା ମାସ୍କ

ଭୁବନେଶ୍ୱର: ରଥଯାତ୍ରାରେ ସେବାୟତ ପିନ୍ଧିବେ ବୟନିକା ମାସ୍କ । କିଛି ଦିନ ପୂର୍ବରୁ ଘୋଷଣା କରାଯାଇଥିଲା ପୁରୀ ସେବାୟତଙ୍କୁ ପ୍ରଶାସନ ୫ ହଜାର ମାସ୍କ ଯୋଗାଇଦେବ । ଏହାସହ ସେବାୟତଙ୍କୁ ଦ୍ୱିତୀୟ କିସ୍ତିରେ ୫ ହଜାର ସହାୟତା ବି ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ମାସ୍କ ଯୋଗାଇଦେବା ନେଇ ବୟନିକାକୁ ଶ୍ରୀ ମନ୍ଦିର ପ୍ରଶସାନ ପକ୍ଷରୁ ଚିଠି ଲେଖାଯାଇଥିଲା । ପ୍ରଶସାନର ଅନୁରୋଧକ୍ରମେ ଆଜିଠାରୁ ବୟନିକା ପକ୍ଷରୁ ମାସ୍କ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ତିନି ରଥର ରଙ୍ଗକୁ ଆଧାର କରି ନାଲି-ହଳଦିଆ, କଳା-ନାଲି, ସବୁଜ-ନାଲି ରଙ୍ଗରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି ବୟନିକା ପକ୍ଷରୁ କୁହାଯାଇଛି । ଏହି ମାସ୍କ ସବୁ ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ହେବ । ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ବୟନିକ ପକ୍ଷରୁ କୁହାଯାଇଛି । ଏପରି ଏକ ବିପତ୍ତି ସମୟରେ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ବୟନିକା ପକ୍ଷରୁ କୃତଜ୍ଞତା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏବେ ବି ଅନିଶ୍ଚିତତା ଭିତରେ ରହିଛି । ମାତ୍ର ଘୋଷଯାତ୍ରା ହେବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking