30.1 C
Bhubaneswar
Friday, April 26, 2024
Homeଓଡିଶାଦୁର୍ଘଟଣାରେ ଶିଶୁର ମୃତ୍ୟୁ

ଦୁର୍ଘଟଣାରେ ଶିଶୁର ମୃତ୍ୟୁ

ଚୌଦ୍ୱାର: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ଖାମଖିଆଲି ଭାବେ ଗାଡି ଚାଳନା, ବେପରୁଆ ଭୋବେ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଚୌଦ୍ୱାରରେ ଏକ ଅଘଟଣ ଘଟିଥିବା ଜଣାପଡିଛି । ରାସ୍ତାକଡରେ ଛିଡା ହୋଇଥିବା ୩ବର୍ଷର ଶିଶୁ ଉପରେ ଚଢିଗଲା କାର । ଟାଙ୍ଗୀ କପିଳାସ ରୋଡ କରଞ୍ଜି ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ କାରଟି ଛୁଆଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଛି । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ମୃତଦେହ ଧରି ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ସହ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
https://onakhabar.com/2019/12/22/student-punishment-case-teacher-suspend/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking