27.1 C
Bhubaneswar
Thursday, April 25, 2024
Homeଓଡିଶାବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ

ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର  – ପୂର୍ବତନ ବିଜେପି ସଂଗଠିକା ଶ୍ରୀମତୀ ସୁଭଦ୍ରା ମିଶ୍ର ଏବଂ ଅଶୋକ
କୁମାର ସାହୁଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ
ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ମିଶ୍ରଣ
ପର୍ବରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ନେତୃବୃନ୍ଦ ଓ
କର୍ମୀମାନଙ୍କୁ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରି ନେଇଥିଲେ । ସେମାନଙ୍କୁ ସଭାପତି ଶ୍ରୀ
ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଗତ କରି କହିଲେ ଯେ ଆପଣମାନଙ୍କର ଯୋଗଦାନ
କଂଗ୍ରେସ ଦଳକୁ ଅଧିକ ମଜବୁତ କରିବ ।

ଶ୍ରୀମତୀ ମିଶ୍ର, ଶ୍ରୀ ସାହୁ ଓ ଉର୍ମିଳା ମହାରଣା ନିଜ ପ୍ରତିକ୍ରିୟାରେ କହିଲେ ଯେ କଂଗ୍ରେସ ଦଳର ନୀତି,
ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି, ଶ୍ରୀ ରାହୁଲ ଗାନ୍ଧି ଏବଂ ପିସିସି
ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ଯୋଗ
ଦାନ କରିଛନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେମାନେ ନିଷ୍ଠାର ସହ ପାଳନ କରିବେ ବୋଲି
ବକ୍ତବ୍ୟରେ କହିଥିଲେ । ଯୋଗଦାନ କରିଥିବା ଅନ୍ୟ ବିଜେପି କର୍ମମାନେ ହେଲେ ସର୍ବଶ୍ରୀ ଦୀପକ
କୁମାର ମିଶ୍ର, ମିଥୁନ କୁମାର ପରିଚ୍ଛା, କାହ୍ନୁଚରଣ ନାୟକ, ବଳରାମ ସ୍ୱାଇଁ, ବିଭୂତି ପ୍ରଧାନ, ଚିଂଟୁ
ଆଚାରୀ, ସୁନିତା ପାଣି, ଆରୋହୀ ଅଜିତା, ଅନସୂୟା ମଲ୍ଲିକ, ଶାନ୍ତି ଖଟୁଆ, ମଞ୍ଜୁଲତା ଖଟୁଆ,
ହେମ ରାଓ, ମାନସୀ ସ୍ୱାଇଁ, ସ୍ୱାଗତିକା ନାୟକ, ପ୍ରୀତି ପାଣି, ଗୀତାଞ୍ଜଳି ପଣ୍ଡା ଓ ପ୍ରତିମା ସ୍ୱାଇଁ ପ୍ରମୁଖ ।
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିଧାୟକ ସୁରେଶ କୁମାର ରାଉତରାୟ,
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ବନ୍ଦିତା ପରିଡା, ରଜନୀ କୁମାର ମହାନ୍ତି,
ବିସ୍ମୟ ମହାପାତ୍ର, ରସିକଚାନ୍ଦ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ସତ୍ୟସ୍ମିତ ମହାନ୍ତି, ସୁଭଶ୍ରୀ ପଣ୍ଡା,
କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଦିପ୍ତିରାଣୀ ପ୍ରଧାନ, କୈଳାସ ସାହୁ, ଜ୍ଞାନ ପଟ୍ଟନାୟକ, ନିରୁପମା
ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking