30.1 C
Bhubaneswar
Friday, April 26, 2024
Homeଅପରାଧ୧୨ ଜଣଙ୍କୁ ବିବାହ କରିବା ଅଭିଯୋଗରେ ଯୁବକ ଗିରଫ

୧୨ ଜଣଙ୍କୁ ବିବାହ କରିବା ଅଭିଯୋଗରେ ଯୁବକ ଗିରଫ

ପାଟନା: ଜଣେ କି ୨ ଜଣ ନୁହଁ।  ଗଣି ଗଣି ୧୨ ଜଣ। ଜଣେ ଯୁବକଙ୍କର ୧୨ଜଣ ପତ୍ନୀ। ପତ୍ନୀଙ୍କ ମଧ୍ୟରେ କେତେକ ନାବାଳିକା ମଧ୍ୟ ଅଛନ୍ତି। ଜଣ ଜଣ କରି ୧୨ ଜଣଙ୍କୁ ବିବାହ କରିବା ଅଭିଯୋଗରେ ବିହାର ପୁଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଗିଫ କରିଛି। ବିହାରର ପୁରୁଣିଆ ପୁଲିସ ଜଣେ ୩୨ ବର୍ଷର ଯୁବକଙ୍କୁ ଏକାଧିକ ବିବାହ କରିବା ଅଯିଯୋଗରେ ବାନ୍ଧିଛି ।  ବିବାହ ପରେ ସେମାନଙ୍କୁ ବେଶ୍ୟାବୃତ୍ତିରେ ଲଗାଇବା ଅଭିଯୋଗ ହୋଇଛି।  ଅଭିଯୁକ୍ତ ଜଣକ ହେଲେ ମହ୍ମଦ ସମସାଦ୍‌ ଓରଫ ମନୋହର।  ତାଙ୍କ ଘର କିଶାନଗଞ୍ଜ ଜିଲ୍ଲାର ଅନାରକଲି ଅଞ୍ଚଳର।  ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି  କରୁଥିବା ମନୋହର ନାବାଳିକାମାନଙ୍କୁ ବିବାହ କରି ସେମାନଙ୍କୁ ବେଶ୍ୟାବୃତ୍ତିରେ ଲଗାଉଥିଲା।

ଏ ସମ୍ପର୍କରେ ପ୍ରିଥିବ ପାଶୱାନ ନାମକ ଜଣେ ବ୍ୟକ୍ତି ମନୋହର ନାମରେ ଏ ସମ୍ପର୍କରେ ଏତଲା ଦେଇଥିଲେ।  ୨୦୧୫ ଡିସେମ୍ବର ୮ତାରିଖରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ହେଲେ ସେବେଠାରୁ  ମନୋହର ଫେରାର ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking