29.1 C
Bhubaneswar
Friday, April 26, 2024
Homeଓଡିଶାଅଷ୍ଟମ ମହଲାରୁ ଡେଇଁ ରୋଗୀ ଗୁରୁତର

ଅଷ୍ଟମ ମହଲାରୁ ଡେଇଁ ରୋଗୀ ଗୁରୁତର

କୋଲକାତା: ଅଷ୍ଟମ ମହଲା ଉପରୁ ଜଣେ ରୋଗୀ ଡେଇଁ ତଳେ ପଡ଼ି ଗୁରୁତର । ଶନିବାର କୋଲକାତାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁରୋସାଇନ୍ସ ହସ୍ପିଟାଲ୍‌ର ଘଟିଛି ଏଭଳି ଅଭାବନୀୟ କାଣ୍ଡ । ରୋଗୀ ଜଣକ ସେଠାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ବେ‌ଳେ ସେ ହସ୍ପିଟାଲ୍‌ର ଅଷ୍ଟମ ମହଲାର ଝରକା ଉପରକୁ ଯାଇ ସେଠାରୁ ତଳକୁ ଡେଇଁ ପଡ଼ିଥିବା ଜାଣିବାକୁ ମିଳିଛି। ଏହି ରୋଗୀ ଜଣକ ହେଉଛନ୍ତି ସୁଧୀର ଅଧିକାରୀ। ସେ ଅପରାହ୍ନ ପ୍ରାୟ ୧.୧୦ ସମୟରେ ଉପରୁ ତଳକୁ ଖସିଥିଲେ। ସେ ତଳକୁ ଖସିବା ସମୟରେ ମଝିରେ ୨ ଥର ହସ୍ପିଟାଲ୍‌ର କୋଣରେ ପିଟି ହୋଇ ତଳେ ପଡ଼ିଥିଲେ।

ବ୍ୟକ୍ତି ଜଣକ ହସ୍ପିଟାଲ୍‌ର ଏତେ ଉଚ୍ଚ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଥିବା ଜାଣିବା ପରେ ପୁଲିସ୍‌, ଅଗ୍ନିଶମ ବାହିନୀ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସମସ୍ତେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ କାହାକୁ ବି ତାଙ୍କ ପାଖକୁ ଯିବାକୁ ଦେଇନଥିଲେ। ପରେ କିଛି ସମୟ ସେଠାରେ ବସିବା ପରେ ସୁଧୀର ତଳକୁ ଓହଳି ଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ ପରିସରରେ ଅନେକ ଲୋକଭିଡ଼ ଜମିଥିଲା। ସୁଧୀର କିଛି କହୁଥିଲେ ବି ତାଙ୍କ କଣ୍ଠସ୍ବର ତଳ ପର୍ଯ୍ୟନ୍ତ ଶୁଭୁନଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking