29.1 C
Bhubaneswar
Saturday, April 27, 2024
Homeଓଡିଶାସମୁଦ୍ରରେ ମାଟି ପକାଇ ନିର୍ମାଣ ହେବ ନୂଆ ସହର

ସମୁଦ୍ରରେ ମାଟି ପକାଇ ନିର୍ମାଣ ହେବ ନୂଆ ସହର

ଭୁବନେଶ୍ୱର: ସମୁଦ୍ରରେ ଗଢ଼ି ଉଠିବ ସହର । ଅସମ୍ଭବ ଲାଗୁଥିଲେ ବି ସତ ହେବାକୁ ଯାଉଛି ଏଭଳି ଘଟଣା । ଲକ୍ଷ ଲକ୍ଷ ଟନର ମାଟି ପକାଇ ଗଢ଼ାଯିବ ନୂଆ ସହର । ଏହି ପ୍ରକଳ୍ପ ପାଇଁ ସରକାରୀ ଭାବେ ମଧ୍ୟ ମିଳିଛି ଅନୁମୋଦନ । ଏହି ନୂଆ ସହରରେ ୩୫ ହଜାର ଲୋକଙ୍କ ରହିବା ପାଇଁ ଯୋଜନା କରାଯାଉଛି । ଏଠାରେ ଅତ୍ୟାଧୁନିକ ସହରର ସମସ୍ତ ସୁବିଧା ଉପଲବ୍ଧ ହେବ ।

ଡେନମାର୍କର କୋପେନହେଗନ୍ ବନ୍ଦରକୁ ସୁମୁଦ୍ର ପତ୍ତନରୁ ରକ୍ଷା କରିବା ପାଇଁ କୃତ୍ରିମ ଦ୍ୱୀପ ନିର୍ମାଣ ମଧ୍ୟ କରାଯାଉଛି । ଯୋଜନା ଅନୁସାରେ ଲିନେଟହୋମ ନାମକ ଏକ ବିଶାଳ ଦ୍ୱୀପକୁ ରିଙ୍ଗରୋଡ, ଟନଲ ଓ ମେଟ୍ରୋ ଲାଇନ ମାଧ୍ୟମରେ ଡେନମାର୍କର ରାଜଧାନୀ କୋପେନହେଗନ ସହ ଯୋଡ଼ା ଯିବ । ଯାହାର ଆକାର ୨.୬ ବର୍ଗ କିଲୋମିଟର । ଏହି ପ୍ରକଳ୍ପର କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ତେବେ ସମୁଦ୍ରରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ବିଷୟରେ ପରିବେଶବିତ୍ମାନଙ୍କ ମତ ଭିନ୍ନ ରହିଛି । ଏହାର ନିର୍ମାଣକୁ ନେଇ ସେମାନେ ଚିନ୍ତିତ ଅଛନ୍ତି । ଏଥିପାଇଁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୁରକ୍ଷା ପ୍ରତି ବିଶେଷ ଧ୍ୟ୍ୟାନ ଦିଆଯାଉଛି । ଏହି ନୂତନ ଦ୍ୱୀପ ଚାରିପାଖରେ ଏକ ବନ୍ଧ ନିର୍ମାଣ କରାଯିବ ଯେଉଁଥିପାଇଁ ବନ୍ଦରକୁ ସମୁଦ୍ର ପତ୍ତନର ବୃଦ୍ଧି ଓ ଲହରର ତୋଫାନରୁ ରକ୍ଷା କରାଯାଇପାରିବ । ଯଦି ଏହି ପ୍ରକଳ୍ପ ସଠିକ୍ ସମୟରେ ଆରମ୍ଭ ହେବ ତେବେ ୨୦୩୫ ସୁଦ୍ଧା ଏହାର ଅଧିକାଂଶ ଭାଗ ନିର୍ମାଣ ହୋଇଯାଇଥିବ । ସେହିପରି ୨୦୭୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଉଛି । ତେବେ ଏହି ଦ୍ୱୀପ ପ୍ରକଳ୍ପ ବିରୋଧରେ କେତେକ ପରିବେଶବିତ୍ ୟୁରୋପୀୟ କୋର୍ଟ ଅଫ ଜଷ୍ଟିସରେ ଆବେଦନ କରିଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଯଦି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୁଏ ତେବେ ଏଥିପାଇଁ କଞ୍ଚାମାଲ ପରିବହନ କରୁଥିବା ପ୍ରାୟ ୩୫୦ ଟ୍ରକ ଦୈନିକ ଭାବେ କୋପେନହେଗନ ଦେଇ ଯିବ । ଯେଉଁଥିପାଇଁ କେବଳ ସହରର ରାସ୍ତାରେ ଯାନବାହାନ ସଂଖ୍ୟା ବୃଦ୍ଧି ପାଇବ ଏହା ସହ ଭାରି ମାତ୍ରାର ପ୍ରଦୂଷଣ ମଧ୍ୟ ବଢ଼ିବ ।

ରିପୋର୍ଟ ଅନୁଯାୟୀ ଏହି ଦ୍ୱୀପର ଆକାର ପ୍ରାୟତଃ ୪୦୦ଟି ଫୁଟବଲ ପଡ଼ିଆ ସହ ସମାନ । ଯାହା ପାଇଁ ପ୍ରାୟ ୮୦ ନିୟୁତ ଟନ ମାଟି ଆବଶ୍ୟକ ହେବ । ପରିବେଶବିତ୍ମାନେ ବିଶ୍ୱାସ କରନ୍ତି ଯେ ଏହି ଦ୍ୱୀପର ଗଠନ ସମୁଦ୍ର ଇକୋସିଷ୍ଟମ ଏବଂ ଜଳର ଗୁଣ ଉପରେ ପ୍ରଭାବ ପକାଇପାରେ । ଡେନମାର୍କ ସରକାରଙ୍କ କହିବା ଅନୁସାରେ, ଏହା ଦେଶର ଇତିହାସରେ ସବୁଠାରୁ ବଡ଼ ଓ ଅଭିନବ ପ୍ରକଳ୍ପ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking